ଭୁବନେଶ୍ୱର: ଆଜି ଜାତୀୟ ପକ୍ଷୀ ଉତ୍ସବକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ଓ ସଂରକ୍ଷଣ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଏହି ଉତ୍ସବର ଲକ୍ଷ।
ପ୍ରତିବର୍ଷ ଶୀତ ଋତୁରେ ଚିଲିକାକୁ ଆସନ୍ତି ୧୨ ଲକ୍ଷରୁ ଅଧିକ ବିଦେଶୀ ପକ୍ଷୀ। ସେଥିପାଇଁ ଚିଲିକାର ମଙ୍ଗଳାଯୋଡ଼ି, ନାଲବନକୁ ଏସିଆର ପକ୍ଷୀ ଭୁସ୍ୱର୍ଗ କୁହାଯାଏ। କୋଭିଡ କଟକଣା ଭିତରେ ଉତ୍ସବକୁ ଉପଭୋଗ କରିବା ପାଇଁ ପଞ୍ଜିକରଣ କରିଛନ୍ତି ୫୫ ଜଣ ପକ୍ଷୀପ୍ରେମୀ ବୋଲି କହିଛନ୍ତି ନବୀନ ।
powered by social2s

