ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ନିଜ ସମ୍ପତ୍ତି ତାଲିକା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସମ୍ପତ୍ତି ର ତାଲିକା ଦେଇଛନ୍ତି। ଗତ ବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ନିଜ ସମ୍ପତ୍ତି ତାଲିକା ଦେଇଛନ୍ତି ନବୀନ। CMO ୱେବସାଇଟ ରେ ନବୀନ ଙ୍କ ସହ ଅନ୍ୟ ମନ୍ତ୍ରୀ ମାନଙ୍କ ସମ୍ପତ୍ତି ତାଲିକା ସ୍ଥାନିତ। ଦେଶ ର ୭ ଟି ବ୍ୟାଙ୍କ ରେ ନବୀନ ଙ୍କ ର ଅଛି ୧୩କୋଟି୧ଲକ୍ଷ୬ହଜାର୧୧ଟଙ୍କା । BOI ର ଦିଲ୍ଲୀ ର ଜନପଥ ଶାଖାରେ ସର୍ବାଧିକ ଏକ କୋଟି ୩ ଲକ୍ଷ ୧୩ ହଜାର ୪ଶହ ୯୯ ଟଙ୍କା ରହିଛି। ନବୀନ ଙ୍କର ପାଖରେ ରହିଛି ପ୍ରାୟ ଦୁଇ ଲକ୍ଷ ୮୯ ହଜାର ୫୮୭ ଟଙ୍କାର ସୁନାଗହଣା। ଏବେବି ତାଙ୍କ ପାଖରେ ଅଛି ଏକ ୧୯୮୦ ମସିହାର ଆମ୍ବାସାଡ଼ର କାର । ଯାହାର ଆନୁମାନିକ ମୂଲ୍ୟ ୮ ହଜାର ୯ ଶହ ୫ ଟଙ୍କା । ସ୍ଥାବର ସମ୍ପତ୍ତି ମଧ୍ୟରେ ଭୁବନେଶ୍ୱର, ଦିଲ୍ଲୀ ଓ ହରିଆଣା ରେ ରହିଛି ଜମି ଓ କୋଠା। ଫରିଦାବାଦ ତିକ୍ରିକେରା ସ୍ଥିତ ଜମି ଓ କୋଠାର ମୂଲ୍ୟ ହେଉଛି ୧୦ କୋଟି ୭୫ ଲକ୍ଷ ୫୧ ହଜାର ୭୧ ଟଙ୍କା। ନବୀନ ନିବାସ ରେ ନବୀନ ଙ୍କର ରହିଛି ଦୁଇ ତୃତୀୟାଂଶ ସେଆର। ନବୀନ ନିବାସରେ ତାଙ୍କ ସେଆର ର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ୧୯୦ଟଙ୍କା। ସେହିଭଳି ନୂଆଦିଲ୍ଲୀ ସେଆର ର ଆନୁମାନିକ ମୂଲ୍ୟ ୪୩କୋଟି୩୬ଲକ୍ଷ୧୮ହଜାର ଟଙ୍କା ହେବ। ଫରିଦାବାଦ ରେ ଥିବା ଜମି ବିକ୍ରି ଲାଗି ନବୀନ ୧କୋଟି୨୫ଲକ୍ଷ ଟଙ୍କା ଅଗ୍ରୀମ ଆଣିଛନ୍ତି।

powered by social2s