ପରିବର୍ତନ ଫାଉଣ୍ଡେସନ ପକ୍ଷରୁ ଥାଲାସେମିଆରେ ପୀଡିତ ଶିଶୁମାନଙ୍କ ପାଇଁ ରକ୍ତଦାନ ଶିବିର ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଆଜି ତା ୧୦/୦୧/୨୦୨୧ ଦିନ ପରିବର୍ତ୍ତନ ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତଦାନ ଶିବିର ଭୁବନେଶ୍ୱର ବିଜେବି ନଗର ପାରାମାଉଣ୍ଟ ଛକ ନିକଟରେ ଥାଲାସେମିଆ ରେ ପୀଡିତ ଶିଶୁ ମାନଙ୍କ ପାଇଁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

 

ଫାଉଣ୍ଡେସନ ର ସମ୍ପାଦକ ନିରଞ୍ଜନ ସ୍ୱାଇଁଙ୍କ ୩୫ ତମ ଜନ୍ମଦିବସ ଉପଲକ୍ଷେ ଆୟୋଜିତ ହୋଇଥିବା ଏହି ଶିବିରରେ ୭୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।

 

ଏହି ଅବସରରେ ଶ୍ରୀ ସ୍ୱାଇଁ କହିଥିଲେ ଯେ ଆମ ରାଜ୍ୟରେ ଥାଲାସେମିଆରେ ପୀଡିତ ହୋଇଥିବା ଶିଶୁଙ୍କ ପାଇଁ ପ୍ରତିଦିନ ବ୍ଲଡ଼ ବ୍ୟାଙ୍କରେ ୫୦ ରୁ ୬୦ ୟୁନିଟ ରକ୍ତ ର ଆବଶ୍ୟକତା ପଡିଥାଏ। କୌଣସି ବାର୍ଷିକ ଉତ୍ସବ କିମ୍ବା ଶିଳାନ୍ୟାସ ଉତ୍ସବ ରେ ଯଦି ଏହି ପରି ରକ୍ତଦାନ ଶିବିର ଅନୁଷ୍ଠିତ ହୁଅନ୍ତା ତେବେ ଆମ ରାଜ୍ୟରେ ଥଲେସେମିଆ ରୋଗରେ ଆକ୍ରାନ୍ତ ରୋଗୀ ମାନଙ୍କୁ ପର୍ଯ୍ୟାପ୍ତ ରକ୍ତ ମିଳିପରନ୍ତା।

 

ଫାଉଣ୍ଡେସନ ତରଫରୁ ୪୦ ଜଣ ଥାଲାସେମିଆ ଆକ୍ରାନ୍ତ ଶିଶୁ ମାନଙ୍କୁ ଗ୍ରହଣ କରାଯାଇଛି।

 

ଏହି ଶିଶୁ ମାନଙ୍କର ସମସ୍ତ ଚିକିତ୍ସା ଓ ରକ୍ତଦାନ କାର୍ଯ୍ୟ ପ୍ରଭୃତି ର ସମ୍ପୂର୍ଣ ଦାୟିତ୍ୱ ଏହି ସଂସ୍ଥା ବହନ କରିବ।

 

ଆଜିର କାର୍ଯ୍ୟକ୍ରମରେ ଫାଉଣ୍ଡେସନ ର ଅଧ୍ୟକ୍ଷ ସଫିକ ଇ ଅଫତାବ ଓ ଅନ୍ୟ ସଦସ୍ୟ ରବୀନ୍ଦ୍ର କୁମାର ପାତ୍ର, ସୁମିତ୍ରା ପଣ୍ଡା, ବେହେରା ସାର, ମୁନା, ନୂତନ, ସୁଜିତ, ବିଲନ, ରାଜା, ନାରାୟଣ ସାହୁ, ମନୋରଞ୍ଜନ ପଣ୍ଡା, ଦୀପକ ବେହେରା, ଆଦିତ୍ୟ, ବନ୍ଟି, ସରୋଜ ସାହୁ, ସସ୍ମିତା ସ୍ୱାଇଁ ଓ ଶକ୍ତି ସ୍ୱରୂପ ବେହେରା ଉପସ୍ଥିତ ଥିଲେ।

 

ପଣ୍ଡା କ୍ଲାସଏସ ର ପ୍ରତିଷ୍ଠାତା ପ୍ରକାଶ କୁମାର ପଣ୍ଡା ଏହି କାର୍ଯ୍ୟକ୍ରମ ରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

 

 

powered by social2s