ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଉଇନର ଆସୋସିଏସନ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 


ଭୁବନେଶ୍ୱର: ବିଶ୍ବ ଦରବାରରେ ଭାରତର ପରିଚୟ,ମହାନ ଚିନ୍ତକ ତଥା ଭାରତୀୟ ନବ ଜାଗରଣ ଅଗ୍ରଦୂତ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଓ ଯୁବ ଦିବସ ଉପଲକ୍ଷେ ଉଇନର ଆସୋସିଏସନ୍ ସହିଦନଗର ଠାରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ।

ଭାରତୀୟ ଯୁବକମାନଙ୍କ ପ୍ରତି ସ୍ଵାମୀ ବିବେକାନନ୍ଦଙ୍କ ଆହ୍ଵାନ ଦେଇଥିଲେ "ଉଠ, ଜାଗ୍ରତ ହୁଅ ଏବଂ ଲକ୍ଷ୍ୟ ହାସଲ ନ ହେବା ପର୍ଯ୍ୟନ୍ତ ଅଟକି ଯାଅନାହିଁ । ବିବେକାନନ୍ଦଙ୍କ ଆଦର୍ଶକୁ ଆପଣେଇ ଯୁବପିଢ଼ି ଦେଶ ଓ ରାଜ୍ୟ ପାଇଁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ଉଚିତ ବୋଲି କହିଛନ୍ତି ଆସୋସିଏସନର ସମ୍ପାଦକ ନାରାୟଣ ମହାପାତ୍ର।

ଆଜିର କାର୍ଯ୍ୟକ୍ରମରେ ଉମାନାଥ ମିଶ୍ର, ଲଲିତ ମୋହନ ପଣ୍ଡା, ମଳୟ ରଞ୍ଜନ ମହାପାତ୍ର, ସରୋଜ ପାତ୍ର, ଲାଲା ରାୟ, ଶ୍ରୀନିବାସ ରାଓ, ହେମନ୍ତ ମଲିଆ, ଭବାନି ଜେନା, ମନୋରଞ୍ଜନ ପଲେଇ, ଜୋସେଫ ଦିଗାଲ, ଗଣେଶ ସାହୁ ଓ ଅନ୍ୟାନ୍ୟ ସଭ୍ୟମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

powered by social2s