କଟକରେ ମାଂଜା ଦିଆ ସୁତା ବିକ୍ରୟ ଓ ବ୍ୟବହାର ଉପରେ ଲାଗିଲା କଟକଣା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

କଟକ: ମକର ପର୍ବ (ପୋଙ୍ଗଲ) ଅବସରରେ ସାଧାରଣତଃ ଲୋକମାନେ ଗୁଡି ଉଡାଇଥାନ୍ତି। ଅନେକ ସ୍ଥାନରେ ଗୁଡି ଉଡା ପ୍ରତିଯୋଗୀତା ମଧ୍ୟ ହୋଇଥାଏ। ଏହି ସମୟରେ ପରସ୍ପର ଗୁଡି କାଟିବାକୁ ପ୍ରତିଯୋଗୀ ମାନେ ମାଂଜା ଦିଆ ସୁତା ବ୍ୟବହାର କରିଥାନ୍ତି। ମାତ୍ର ଏହାଦ୍ୱାରା ରାସ୍ତାରେ ଯାନବାହନ ରେ ଯାତାୟାତ କରୁଥିବା ଲୋକ ମାନଙ୍କ ବେକରେ ଏହି ସୁତା ଲାଗି ବିପଦ ସୃଷ୍ଟି କରି ଥାଏ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କଟକ ମହାନଗର ନିଗମ ଏହି ମାଂଜା ସୁତା ବିକ୍ରୟ ଓ ବ୍ୟବହାର ଉପରେ ନିଷେଧାଦେଶ ଜାରି କରିଛନ୍ତି।

powered by social2s