![]()
ଭୁବନେଶ୍ୱର: ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ମହାନ୍ତିଙ୍କୁ ପୁଲିସ ଅଟକ ରଖିଛି। କେନ୍ଦୁଝର ଜିଲ୍ଲା ଟାଉନ ଥାନା ପୁଲିସ ଅଭିଯୁକ୍ତକୁ ପଚରାଉଚରା କରୁଛି।
ସଞ୍ଜୟ ସମେତ ୫ ଜଣଙ୍କ ନାମରେ ହୋଇଛି ଏତଲା।
୪ଜଣ ଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଛି।
ତେବେ ସେମାନଙ୍କୁ ଶିଘ୍ର ଗିରଫ କରାଯିବ ବୋଲି ଏସ୍ ପି ମିତ୍ରଭାନୁ ମହାପାତ୍ର କହିଛନ୍ତି।
ଗତକାଲି ନିରଞ୍ଜନ ପଟ୍ଟନାୟକ ଙ୍କ ଗାଡ଼ି କୁ କିଛି ର୍ଦୁବୃତ୍ତ କେନ୍ଦୁଝର ର କାସିପୁର ନିକଟରେ ଅଟକାଇଥିଲେ।
ପଟ୍ଟନାୟକଙ୍କ ପିଏସ୍ଓ ପଚରାଉଚରା କରିବାରୁ ୩ଜଣ ଯୁବକ ଗାଡ଼ିରୁ ଓହ୍ଲାଇ ଆକ୍ରମଣ କରିଥିଲେ।
powered by social2s

