![]()
ଗଞ୍ଜାମ/ଯାଜପୁର: ଘନ କୁହୁଡ଼ି ଯୋଗୁଁ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର କନିଆରିରେ ଟ୍ରାକ୍ଟର ସହ ବାଇକ୍ର ମୁହାଁମୁହିଁ ଧକ୍କା ହୋଇଛି।
ଏଥିରେ ବିଜୟ ନାୟକ ନାମ ବ୍ୟକ୍ତିର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଆହାତ ହୋଇଥିବା ଜଣାପଡିଛି।
ସେହିଭଳି ଯାଜପୁର ବଡଚଣା ବ୍ଳକ ଜାତୀୟ ରାଜପଥ ଏନ୍ଏଚ୍ -୧୬ ବନ୍ଦାଳ ଛକରେ ଟ୍ରକ ସହ କାର୍ ଧକ୍କା ଫଳରେ ୬ କାର୍ ଯାତ୍ରୀ ଆହାତ ହୋଇଥିବା ସୂଚନା ରହିଛି।
ତେବେ ଆହାତ ମାନଙ୍କୁ ନିକଟସ୍ଥ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
powered by social2s

