ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଭଜନ ଓ ଜଣାଣ କାର୍ଯ୍ୟକ୍ରମ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଓଡ଼ିଶା ରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଜାଗରଣକୁ ଆଉ ପାଦେ ଆଗକୁ ବଢାଇ ୨୫.୧.୨୧ ଦିନ ୧୨ ଘଟିକା  ସମୟରେ ଶ୍ରୀ ଗୋବିନ୍ଦ କ୍ଷେତ୍ର, ଢିଙ୍କିଆ, କୁଜଙ୍ଗ ରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ମହାପ୍ରଭୁଙ୍କ ଭଜନ ଓ ଜଣାଣ ପ୍ରଭୃତି କରାଯିବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଚାର ପ୍ରସାର କରାଯାଇଥିଲା।

 

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ସୁଧା ଭଜନ ସାର ଓ ରାଜିବଲୋଚନ ରଚନାବଳୀ ଦୁଇଟି ନୂତନ ବହି ଉନ୍ମୋଚିତ ହୋଇଥିଲା।

 

ଶେଷରେ ଶ୍ରୀଜଗନ୍ନାଥଙ୍କ ସଙ୍କୀର୍ତ୍ତନ ହୋଇ ସଭା ସାଙ୍ଗକରାଯାଇଥିଲା।

 

ପରେ ସମସ୍ତେ ଗଡ଼କୁଜଙ୍ଗ ଶ୍ରୀକୁଞ୍ଜବିହାରୀ ମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ମା ସୁଭଦ୍ରାଙ୍କ ଆଳତି ରେଯୋଗଦେଇଥିଲେ।

 

ପରିଷଦର ସମସ୍ତ କାର୍ଯ୍ୟକ୍ରମ ଫେସବୁକ ରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପେଜରେ ଦେଖିହେବ।

 

ଆଜିର କାର୍ଯ୍ୟକ୍ରମ ରେ ଉପସଭାପତି ରବିନାରାୟ ଣମହାପାତ୍ର, ସମ୍ପାଦକ ନାରାୟଣ ମହାପାତ୍ର, ଶ୍ରୀ ଦାଶରଥି ସାମନ୍ତରାୟ, ଅଖିଳ କୁମାର ସାହୁ, ପ୍ରଶାନ୍ତ ବେହେରା, ବାବାଜୀ ବିଶ୍ଵାଳ, ମଧୁସ୍ମିତା ଦାସ, ଲଲିତ ମୋହନ ପଣ୍ଡା, ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀନିବାସ ରାଓ, କାମେଶ୍ଵର ରାଓ, ରବୀନ୍ଦ୍ର କୁମାର ରାଉତ ଓ କୁଜଙ୍ଗ ଗ୍ରାମର ଲୋକେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଭାଗନେଇଥିଲେ।

 

 

 

ରା

powered by social2s