ଭୁବନେଶ୍ୱର: ରାଜ୍ୟର ଆଜି ବିଭିନ୍ନ ସ୍ଥାନରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।
ରାଜ୍ୟର ରାଜଧାନୀ ଭୁବନେଶ୍ବର ଛଡା ପୁରୀ ଜିଲ୍ଲାରେ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୋଖ ପତାକା ଉତ୍ତୋଳନ କରିଛନ୍ତି।
ସେହିଭଳି ସୁନ୍ଦରଗଡ଼ ଜିଲ୍ଲା ରିଜର୍ଭ ପୋଲିସ ପଡିଆରେ ପତାକା ଉତ୍ତୋଳନ କରିଛନ୍ତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ।
କେନ୍ଦୁଝର ଜିଲ୍ଲାରେ ସାଧାରଣତନ୍ତ୍ର ଦିବସ ପତାକା ଉତ୍ତୋଳନ କରିଛନ୍ତି ଗୄହରାଷ୍ଟର୍ ମନ୍ତ୍ରୀ ଦିବ୍ୟଶଂକର ମିଶ୍ର।
ବରଗଡ଼ ଜିଲ୍ଲା ଜର୍ଜ ହାଇସ୍କୁଲ ପଡିଆରେ ମଧ୍ୟ ପାଳିତ ହୋଇଯାଇଛି ସାଧାରଣତନ୍ତ୍ର ଦିବସ। ଏଥିରେ ମୁଖ୍ୟ ଅତିଥି ଭାବରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଯୋଗ ଦେଇ ପତାକା ଉତ୍ତୋଳନ କରିଛନ୍ତି।
ବାଲେଶ୍ବରରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା, କଳାହାଣ୍ଡି ଜିଲ୍ଲାରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନବରଙ୍ଗପୁର ଜିଲ୍ଲା ଷ୍ଟାଡିୟମରେ ସ୍ୱଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରମୁଖ ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ପତାକା ଉତ୍ତୋଳନ କରିଛନ୍ତି।
ଆନ୍ୟାନ ଜିଲ୍ଲା ମଧ୍ୟରେ ବଲାଙ୍ଗୀର ରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସାଧାରଣତନ୍ତ୍ର ଦିବସର ପତାକା ଉତ୍ତୋଳନ କରିଛନ୍ତି।
ଏହି ଅବସରରେ ଅନେକ ସ୍ଥାନରେ କୋଭିଡ଼ ଯୋଦ୍ଧାମାନଙ୍କୁ ସମ୍ନାନୀତ କରାଯାଇଛି।
ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

