Warning: getimagesize(/home/odiaray/public_html/images/IMG-20230919-WA0028.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

Warning: getimagesize(/home/odiaray/public_html/images/IMG-20230919-WA0028.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

ଦେହ ମନ ଓ ଆତ୍ମା ଉପରେ ସଙ୍କୀର୍ତ୍ତନ ର ପ୍ରଭାବ ପରି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଶ୍ରୀ ଜଗନ୍ନାଥ ସଂସ୍କୃତି ସଙ୍କୀର୍ତ୍ତନ ସେବା ବିକାଶ ପରିଷଦର ଓଡିଶା ଓ ଶ୍ରୀଜଗନ୍ନାଥ ବାହିନୀ ମିଳିତ ସହଯୋଗରେ ପବିତ୍ର ଗଣେଶ ପୂଜା ଅବସରରେ "ଦେହ ମନ ଓ ଆତ୍ମା ଉପରେ ସଙ୍କୀର୍ତ୍ତନ ର ପ୍ରଭାବ" ପରି ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଡାଲମିଆଁ ଧର୍ମଶାଳା ରେ ଅନୁଷ୍ଠିତ ହୋଇଯାଇଛି,ପ୍ରଥମେ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିକଡରେ ସକାଳ ୬ ଘଟିକା ରେ ସଙ୍କୀର୍ତ୍ତନ ମଣ୍ଡଳୀ ଙ୍କ ଦ୍ଵାରା ସଙ୍କୀର୍ତ୍ତନ କରାଯାଇଥିଲା । ଦେହ ମନ ଓ ଆତ୍ମା ଉପରେ ସଙ୍କୀର୍ତ୍ତନ ର ପ୍ରଭାବ ଉପରେ ଏକ ଆଲୋଚନା ଚକ୍ର ମନ୍ଦିର ପାଖରେ ଥିବା ଡାଲମିଆ ଧର୍ମଶାଳା ରେ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ଜଟାଧାରୀ ମିଶ୍ର ଙ୍କ ଅଧ୍ୟକ୍ଷତାରେ ସକାଳ ୧୦ ଘଟିକା ରେ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ରାଧାବଲ୍ଲଭ ମଠ ର ମହନ୍ତ ରାମକୃଷ୍ଣ ମହାରାଜ ଯୋଗ ଦେଇ ତାଙ୍କର ଆଶ୍ରି ବଚନ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଏହି ସଭାରେ ସଭାପତି ଦିଗମ୍ବର ମହାନ୍ତି ଡ ଅଶୋକ ମହା ପାତ୍ର ଡ ନାରାୟଣ ରାଉତ, ଡ ଅମ୍ବିକା ପ୍ରସାଦ ମିଶ୍ର ଡ ନାରାୟଣ ମହାପାତ୍ର ନରେନ୍ଦ୍ର କୁମାର ନାୟକ,ରଞ୍ଜନ ଦାସ କମଳା ବାବୁ ଓ ବହୁ ସମ୍ମାନୀୟ ଅତିଥି ମାନେ ଯୋଗଦେଇ ସଙ୍କୀର୍ତ୍ତନ ର ପ୍ରଭାବ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ।

powered by social2s