Warning: getimagesize(/home/odiaray/public_html/images/IMG-20230919-WA0130.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

Warning: getimagesize(/home/odiaray/public_html/images/IMG-20230919-WA0130.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

କୋରାପୁଟ ବିଷ୍ଣୁ ମନ୍ଦିରରେ ଗଣେଶ ପୂଜା ଆଡମ୍ବରରେ ପାଳିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ : ଆଜି ପବିତ୍ର ଗଣେଷ ଚତୁର୍ଥୀ l ଧରା ବତରଣ କରିବେ ଅଗ୍ରପୂଜ୍ୟ ଶ୍ରୀ ଗଣେଷ l ଏଥିପାଇଁ ପଲ୍ଲୀ ଦିଲ୍ଲୀ ସବୁଠି ଉତ୍ସବର ମାହୋଲ l ଅନେକ ସ୍ଥାନରେ ସକାଳୁ ସକାଳୁ ପୂଜା ଆରମ୍ଭ ହୋଇସାରିଲାଣି l ମନ୍ଦିରରେ ଭି ବିଘ୍ନେଶଙ୍କ ସ୍ୱତନ୍ତ୍ର ପୂଜା ନୀତି ଆରମ୍ଭ ହୋଇଛି l ସେପଟେ ଗଣେଷ ପୂଜା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଭି ଚଳଚଞ୍ଚଳ ହୋଇଉଠିଛି l ଘରେ ଘରେ ଭି ପୂଜା ପ୍ରସ୍ତୁତି ଆରମ୍ଭ ହୋଇଯାଇଅଛି l ପୁରାଣରେ ଶ୍ରୀ ଗଣେଶଙ୍କ ଆବିର୍ଭାବକୁ ନେଇ ଅନେକ କଥା ରହିଛି l ଏହି ଅବସରରେ କୋରାପୁଟ ବିଷ୍ଣୁ ମନ୍ଦିରରେ ଶ୍ରୀ ଗଣେଶଙ୍କ ପୂଜା ଆଡମ୍ବରରେ ପାଳିତ ହୋଇଯାଇଛି l ଶ୍ରୀ ଗଣେଶଙ୍କୁ ଦର୍ଶନ କରି ଭକ୍ତ ନିଜ ବାଧାବିଘ୍ନକୁ କାଟି ଜୀବନର ସଫଳ ମାର୍ଗରେ ଅଗ୍ରସର ହେବା ତଥା ସିଦ୍ଧିପ୍ରାପ୍ତି ନିମନ୍ତେ ଭଗବାନ ବିଘ୍ନବିନାଶକ ଶ୍ରୀ ଗଣେଶଙ୍କୁ ପ୍ରାର୍ଥନା କରି ବହୁ ତୃପ୍ତି ଅନୁଭବ କରିଥିବା ଦେଖିବାକୁ ମିଳିଅଛି l କୁହାଯାଏ, ଏକଦା ଦେବୀ ପାର୍ବତୀ ଗାଧୋଇବା ସମୟରେ ତାଙ୍କ ଶରୀର ର ମଳିରୁ ପ୍ରଭୁ ଶ୍ରୀ ଗଣେଶଙ୍କ ସୃଷ୍ଟି ହୋଇଥିଲା l ସ୍ନାନ ଶେଷ ନ ହେବା ପର୍ଯ୍ୟନ୍ତ କକ୍ଷ ଭିତରକୁ କାହାକୁ ପ୍ରବେଶ ଅନୁମତି ନ ଦେବା ସହ କବାଟ ନିକଟରେ ଜଗି ରହିବା ନେଇ ଶ୍ରୀ ଗଣେଶ ତାଙ୍କୁ ପ୍ରବେଶ ଅନୁମତି ଦେଇ ନଥିଲେ l ଏଥିରେ କ୍ରୋଧିତ ହୋଇ ଗଣେଶଙ୍କ ମୁଣ୍ଡ କାଟ କରିଥିଲେ ମହାଦେବ l ଏହାଦେଖି ପାର୍ବତୀ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ l ଏହାପରେ ଗଣେଶଙ୍କୁ ପୁନଃ ଜୀବିତ କରିବା ପାଇଁ ଭୋଳାଶଙ୍କର ମାତା ପାର୍ବତୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ l ଉତ୍ତରାୟଣ ମୃତ ଶରୀରର ମସ୍ତକ ସଂଗ୍ରହ ନିମନ୍ତେ ସେ ଦେବଗଣଙ୍କୁ ଚତୁଃର୍ଦିଗ ପ୍ରେରଣ କରିଥିଲେ l ଦେବଗଣ ଏକ ମୃତ ଗଜରାଜର ମସ୍ତକ ସଂଗ୍ରହ କରି ଆଣିଥିଲେ l ମହାଦେବ ଶିବ ସେହି ମସ୍ତକକୁ ଶ୍ରୀ ଗଣେଶଙ୍କ ଶରୀର ସହ ସଂଲଗ କରିଥିଲେ l ଏହିଭଳି ଭାବେ ଶ୍ରୀ ଗଣେଶଙ୍କ ଆବିର୍ଭାବ ହୋଇଥିଲା l

powered by social2s