ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସରରେ ଜାତୀୟ ଯକ୍ଷ୍ମା ନିରାକରଣ ସକାଶେ ପରିକ୍ରମଣ ରଥ ର ଶୁଭାରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ବେଗୁନିଆପଡା:୦୨/୦୨(ଦେବାଶିଷ ମହାରଣା):ସରକାରଙ୍କ ତରଫରୁ ସର୍ବ ଭାରତୀୟ ସ୍ତରରେ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଫେବୃଆରୀ ଦୁଇ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସରରେ ବି.ଡି.ଓ ବେଦବର ପ୍ରଧାନଙ୍କ ପୌରୋହିତରେ ଏକ ଯକ୍ଷ୍ମା ନୀରାକରଣ ରଥ କୁ ଦ୍ବୀପ ପ୍ରଜ୍ବଳନ କରିବା ସହ ସବୁଜ ପତାକା ଦେଖାଇ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ।ଏହି ରଥ ବେଗୁନିଆପଡା ବ୍ଲକ ର ସମସ୍ତ 23ଟି ପଞ୍ଚାୟତ ରେ ଗାଁ କୁ ଗାଁ ବୁଲି ଲୋକଙ୍କୁ ସଚେତନ କରାଯିବ ବୋଲି କହିଛନ୍ତି ବି.ଡି.ଓ ଶ୍ରୀ ପ୍ରଧାନ ।ଟି.ବି ହାରିବ-ଦେଶ ଜିତିବ ଏହି ସ୍ଲୋଗାନ ଦେଇ ପ୍ରତ୍ୟେକ ଗ୍ରାମ ରେ ଏହି ଟି. ବି ନିରାକରଣ କାର୍ଯ୍ୟକ୍ରମ ଜାରୀ ରହିବ ବୋଲି କହିଛନ୍ତି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଇନଚାର୍ଜ ଡ଼ଃ.ସୁଜିତ କୁମାର ବେହେରା ।ଏହି ରଥ ର ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ବିଜୟ କୁମାର ଦୋରା,ବେଗୁନିଆପଡା ବି.ଇ.ଓ କମଳାକାନ୍ତ ସାହୁ,ସି.ଡି.ପି.ଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ପି.ଏଚ.ଇ.ଓ  କବି ଦାସ, ଟି.ବି ପରିଚାଳକ ଗୀତାରାଣୀ ପାଢୀ, ଡ଼ଃ.ସଞ୍ଜୟ ସାହୁ, ସମାଜସେବୀ ପ୍ରକାଶ କୁମାର ଜେନା ସମେତ ଟିବିସି,ଆଶାକର୍ମୀ ଓ ସ୍ବେଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ ।

 

powered by social2s