ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ୨୪ ଘଣ୍ଟିଆ ଟୁରିଷ୍ଟ ହେଲ୍ପ ଲାଇନ ନମ୍ବର ଜାରି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ପୁରୀ: ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକ ମାନଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ହେଲ୍ପ ଲାଇନ ନୁମ୍ବର -୬୩୭୦୯୬୭୧୦୦ (6370967100)ଜାରି।   କୌଣସି ପର୍ଯ୍ୟଟକ ଏହି ହେଲ୍ପ ଲାଇନ ନୁମ୍ବର ରେ କଲ କଲେ ତୁରନ୍ତ ସୁରକ୍ଷା ଯୋଗାଇ ଦିଆଯିବ। ଏହି ନୁମ୍ବର ସମସ୍ତ ଟୁରିଷ୍ଟ ବସ ଓ ଯାତ୍ରୀ ବାହି ବସ ରେ ଲେଖା ଯିବ।ପଶ୍ଚିମ ବଙ୍ଗ ରୁ କେତେକ ପର୍ଯ୍ୟଟକ ଫେବ୍ରୁଆରୀ ୧ ତାରିଖ ଦିନ ପୁରୀ ବୁଲିବାକୁ ଆସିଥିଲେ। ସେହି ସମୟରେ ବସ ଚାଳକ ସେମାନଙ୍କୁ ମାଡ଼ ମାରିଥିଲେ। ଏ ନେଇ ପୁରୀ ସି ବିଚ ଥାନାରେ ଅଭିଯୋଗ ହେବାପରେ ପୋଲିସ ମାମଲା ରୁଜୁ କରି ଚାଳକ କୁ ଗିରଫ କରିଥିଲା। ଏହା ପରେ ଏହି ନମ୍ବର ଟି ଜାରି କରାଯାଇଛି।

 

powered by social2s