ଭୁବନେଶ୍ୱର: ଆଜି ଦେଶବ୍ୟାପି ଚକାଜାମ କରିବେ ଚାଷୀ। ଜାତୀୟ ଓ ରାଜ୍ୟ ରାଜପଥ ରେ ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୩ଟା ଯାଏଁ ଚକାଜାମ ଆନ୍ଦୋଳନ କରିବେ ଚାଷୀ। ଦିଲ୍ଲୀ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ରେ ହେବନି ଚକାଜାମ ଆନ୍ଦୋଳନ। ଦିଲ୍ଲୀ ର ୩ ଟି ପ୍ରବେଶ ପଥରେ ସୁରକ୍ଷା ବ୍ୟବସ୍ଥା କୁ ଅଧିକ କଡାକଡି କରାଯାଇଛି। ଚକାଜାମ ଆନ୍ଦୋଳନ ରେ ସାମିଲ ହେବ ନାହିଁ ଭାରତୀୟ କିଷାନ ସଂଘ। ଆଜି ସାରା ଦେଶ ସହ ଓଡ଼ିଶାରେ ଚକାଜାମ ଆନ୍ଦୋଳନ କରିବେ ନବନିର୍ମାଣ କୃଷକ ସଂଘ। ରାଜ୍ୟର ୨୨ ରୁ ୨୩ ଟି ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିଛି। ଭିଭିନ ସ୍ଥାନରେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବେ ଚାଷୀ।
powered by social2s


