ଭୁବନେଶର: ଶନିବାର ଦିନ ଓଡିଶାର ବିଭିନ୍ନ ସ୍ଥାନରେ ଶତାଧିକ କୃଷକ ‘ଚକ୍କା ଜାମ’ ଆନ୍ଦୋଳନ କରିଛନ୍ତି।
ନବ ନିର୍ମନ କୃଷକ ସଂଗଠନ ର କର୍ମକର୍ତ୍ତା ମାନେ ଭୁବନେଶ୍ୱର ଉପକଣ୍ଠରେ ଥିବା ହାନ୍ସପାଲ ନିକଟରେ NH-16 କୁ ଅବରୋଧ କରିଥିଲେ। ବ୍ୟସ୍ତବହୁଳ ରାଜପଥରେ ଯାନବାହାନ ଚଳାଚଳ ବ୍ୟାହତ କରିଥିବାରୁ ମହିଳା ସମେତ ସଂଗଠନର ଅନେକ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଅଟକ କରିଥିଲା।
ଅନ୍ୟ ଏକ ଗୋଷ୍ଠୀ କୃଷକ ମଧ୍ୟ ତିନିଟି ଫାର୍ମ ବିଲ୍ ବିରୋଧରେ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଏବଂ ସତସଙ୍ଗ ବିହାରରେ ରାସ୍ତା ଅବରୋଧ କରିଥିଲେ।ବାଲେଶ୍ୱରର ରେମୁନା ନିକଟସ୍ଥ NH-16, ସମ୍ବଲପୁର ଜିଲ୍ଲାର ମଝିପାଲି ଛକ ଏବଂ ଖୋର୍ଧା ଟାଙ୍ଗି ଅଞ୍ଚଳର କୁହୁଡି ଛକ ରେ ମଧ୍ୟ ସଂଗଠନ ର ପ୍ରତିନିଧୀମାନେ ରାସ୍ତା ଅବରୋଧ କରୁଥିବା ଦେଖିବାକୁ ମିଳିଥିଲା।
powered by social2s

