![]()
ଯାଜପୁର/ମୟୂରଭଞ୍ଜ: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଚଡେଇଧରା ତଳ ଛକଠାରେ ଏକ ଦୁର୍ଘଟଣାରେ ସ୍ୱାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି।
ଏକ ଟ୍ରକ ତାଙ୍କ ସ୍କୁଟିକୁ ଧକ୍କା ଦେବାରୁ ଗୋଲଖ ସାହୁ ଓ ତାଙ୍କ ପତ୍ନୀ କନକଲତା ସାହୁଙ୍କ ମୃତ୍ୟୁ ହୋଇଛି।
ସେହିଭଳି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପଶି ଘାଟିରେ ଏକ ଟ୍ରକ ଆମ୍ବୁଲାନ୍ସକୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ଥିବା ରୋଗୀ ଙ୍କ ମୃତ୍ୟୁ ହୋଇଛି।
ଏହା ସହ ଆମ୍ବୁଲାନ୍ସରେ ଥିବା ଅନ୍ୟ ୫ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।
powered by social2s

