ଭୁବନେଶ୍ୱର: ଆଜି ଓଡ଼ିଶା କ୍ୟାବିନେଟ୍ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଛି। ବୈଠକରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବ ଉପରେ ଲାଗିଲା ମୋହର। ରାସନ୍ କାର୍ଡ ହିତାଧକାରୀଙ୍କୁ ମିଳିବ ୨ଟି ବ୍ୟାଗ୍ ଓ ୧୦୦୦ ଟଙ୍କା ବୋଲି ନିଷ୍ପତି ନିଆଯାଇଛି। ଏଥିରେ ୯୫ ଲକ୍ଷ ୯୦ ହଜାର ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀ ଉପକୃତ ହେବେ । ଗ୍ରାମାଞ୍ଚଳ ଯୁବକ ଓ ଯୁବତୀଙ୍କ ପାଇଁ ସ୍ଵୟଂ ଯୋଜନା ଘୋଷଣା କଲେ ରାଜ୍ୟ ସରକାର। ଏଣିକି ଗ୍ରାମାଞ୍ଚଳର ଯୁବକ ଓ ଯୁବତୀଙ୍କୁ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ମିଳିବ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଦ୍ଧ ମୁକ୍ତ ଋଣ। ଋଣ ପରିଶୋଧ ସମୟ ସୀମା ରହିବ ୪ ବର୍ଷ। ସୂଚନା ଅନଯାୟୀ, ୧୮ ରୁ ୩୫ ବୟସ ବର୍ଗର ଯୁବକ ଓ ଯୁବତୀ ଏହି ସୁବିଧା ପାଇପାରିବେ। ସହରାଞ୍ଚଳର ଯୁବାବର୍ଗ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ। ଭୁବନେଶ୍ବରରେ ପ୍ରତିଷ୍ଠା ହେବ ସ୍ଵଭାବ କବି ଗଙ୍ଗାଧର ମେହେର ଭବନ। ଏଥି ପାଇଁ ୫ କୋଟି ୬ ଲକ୍ଷ ଟଙ୍କାର ପ୍ରିମିୟମ୍ ଛାଡ଼ କଲେ ସରକାର। ଭୁବନେଶ୍ବରରେ ୨ଟି ମସଜିଦ ପାଇଁ ମାଗଣା ଜମି ଯୋଗାଇଦେବା ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି।
ରାସନ୍ କାର୍ଡ ହିତାଧକାରୀଙ୍କୁ ମିଳିବ ୨ଟି ବ୍ୟାଗ୍ ଓ ୧୦୦୦ ଟଙ୍କା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s