ଶ୍ରୀ ଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଢେଙ୍କାନାଳରେ ସଭା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଆଜି ତା ୧୧.୨.୨୧ ରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ, ସଂସ୍କୃତି ପରିଷଦର ପ୍ରତିଷ୍ଠାତା ସଭାପତି ଶ୍ରୀ ଗୋପୀନାଥ ମହାନ୍ତି, ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର, ଯୁଗ୍ମ ସମ୍ପାଦକ ଶ୍ରୀ ଅଜୟ ହରିଚନ୍ଦନ, କୋଷାଧ୍ୟକ୍ଷ ଶ୍ରୀ ଅଖିଳ ସାହୁ, କାର୍ଯ୍ୟକାରୀ ସଭ୍ୟ, ଲଲିତ ମୋହନ ପଣ୍ଡା,ସତ୍ୟବ୍ରତ ମଠ,ଧିରପାଟଣା, ଢେଙ୍କାନାଳ ଠାରେ ଏକ ସଭାରେ ଯୋଗଦେଇଥିଲେ।

 

ସେଠାରେ ଯଦିଓ ୧୯୬୮ ରୁ ଶ୍ରୀ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର, ମା ସୁଭଦ୍ରା ଙ୍କ ମନ୍ଦିର ରହିଛି, ମହାପ୍ରଭୁ ବାହାରକୁ ଆସି ରଥାରୂଢ଼ ହୋଇ ଭକ୍ତ ଙ୍କୁ ଦର୍ଶନ କାର୍ଯ୍ୟକ୍ରମ ହୋଇପାରି ନାହିଁ।

ନୂତନ ରଥ କାମ ଆରମ୍ଭ  ଅନୁକୂଳ ବସନ୍ତ ପଞ୍ଚମୀ ଦିନ କରାଯିବା ପାଇଁ ସ୍ଥିର କରାଯାଇଛି।

 

ଗ୍ରାମବାସୀ ମାନେ ସମସ୍ତେ ସହୋଯୋଗ କରିବା ନିମନ୍ତେ ଅନୁରୋଧ କରାଯାଇଥିଲା ।

 

 

ଅରୁଣ ବାବୁ ଓ ଢେଙ୍କାନାଳ ଜିଲ୍ଲା ଚେତନା ସେବା ସମିତି ର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ରଥ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଓ ଗ୍ରାମର ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ରହି ଆଲୋଚନା କରାଯାଇଥିଲା।

 

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଷୟରେ ପଣ୍ଡିତ ଅନ୍ତର୍ଯ୍ୟାମୀ ମହାଶୟ କିଛି ରୋଚକ ତଥ୍ୟ ସମସ୍ତଙ୍କୁ ଅବଗତ କରାଇଥିଲେ।

 

ପ୍ରତିଷ୍ଠାତା ସଭାପତି ମଧ୍ୟ ବିସ୍ତୃତ ଭାବେ ସମସ୍ତଙ୍କ ସହିତ ଆଲୋଚନା କରିଥିଲେ।

 

ଶେଷରେ ଶାନ୍ତି ପାଠ କରାଯାଇ ପ୍ରସାଦ ସେବନ କରାଯାଇଥିଲା।

 

powered by social2s