![]()
ଜୟପୁର: କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତରେ ଆନ୍ଧ୍ରର ନିର୍ବାଚନକୁ ବିରୋଧ କରି କୁନ୍ଦୁଳି ନିକଟ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ସ୍ଥାନୀୟ ନେତା ଓ ଜନତା।
ନିର୍ବାଚନକୁ ରଦ୍ଧ କରିବା ଦାବିରେ କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ନେତୃତ୍ୱରେ ରାସ୍ତାରୋକ ହୋଇଛି।
ସେପଟେ ବିଜେପି ନେତା ଜୟରାମ ପାଙ୍ଗିଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଘେରିଲେ ଦଳୀୟ କର୍ମୀ।
ପାଟୁସେନେରୀରେ ୬୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି।
ଆନ୍ଧ୍ର ପ୍ରଶାସନ ପକ୍ଷରୁ ଏକ ଗାଡ଼ିରେ ଭୋଟଦାତାଙ୍କୁ ମତଦାନ ପାଇଁ କୋରାପୁଟ ନିଆଯାଇଥିଲା।
ଭୋଟଦାନ ପାଇଁ ଲମ୍ବା ଧାଡିରେ ଛିଡା ହୋଇଥିଲେ ମତଦାତା।
powered by social2s

