ପିପିଲି ଉପନିର୍ବାଚନ: ମୋଟ ୨୦୧ ଟି ସମ୍ବେଦନଶୀଳ ବୁଥ୍ ରେ ନିୟୋଜିତ ହେବେ ମାଇକ୍ରୋ ଅବଜରଭର

ରାଜନୀତି
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ପିପିଲିରେ ମତଦାନ ପ୍ରସ୍ତୁତି ନେଇ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ କୋଭିଡ କଟକଣା ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେବ ଓ ପୋଲିଂ କାର୍ଯ୍ୟରେ ୧୪୯୦ କର୍ମଚାରୀ ନିୟୋଜିତ ହେବେ।

 

ଲୋହାନି କହିବା ଅନୁଯାୟୀ, ଅତିରିକ୍ତ ୭୦୦ କର୍ମଚାରୀଙ୍କୁ ପ୍ରସ୍ତୁତ ରଖାଯାଇଛି। ବୈଷୟିକ ତ୍ରୁଟି ପାଇଁ ୮ ଜଣ ଇଂଜିନିୟର ନିୟୋଜିତ ହେବେ। ନିର୍ବାଚନ ପରିଚାଳନା ଏବଂ ସୁରକ୍ଷା ପାଇଁ ୨ ହଜାର ପୋଲିସ ନିୟୋଜିତ। ମୋଟ ୩୪୮ ରୁ ୨୦୦ ପୋଲିଂ ପାର୍ଟି ନିର୍ବାଚନ ସ୍ଥାନକୁ ଯାଇ ସାରିଛନ୍ତି, ୩୨ ଟି ମୋବାଇଲ ଭ୍ୟାନ ରହିବ ଓ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ ଏସ୍ପି। 

 

ମୋଟ ୨୦୧ ଟି ସମ୍ବେଦନଶୀଳ ବୁଥ୍ ରେ ମାଇକ୍ରୋ ଅବଜରଭର ନିୟୋଜିତ ହେବେ। ଏ ସବୁ ସମ୍ବେଦନଶୀଳ ବୁଥ୍ ରେ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯିବ। ଭୋଟରଙ୍କୁ ଦିଆଯିବ ଗ୍ଲୋବସ ଏବଂ ସାନିଟାଇଜର। ଗତକାଲିଠୁ ସାଇଲେନ୍ସ ପିରିୟଡ଼ ଆରମ୍ଭ ହୋଇଛି। ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।

 

ସେପ୍ଟେମ୍ବର ୩୦ ରେ ହେବ ପିପିଲି ଉପନିର୍ବାଚନ।

 

powered by social2s