ବିଜେଡିରେ ଯୋଗଦେଲେ ପ୍ରଫୁଲ୍ଲ ମାଝୀ

ରାଜନୀତି
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ଭୁବନେଶ୍ୱର: ବିଜେଡିରେ ଯୋଗଦେଲେ ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ ମାଝୀ।
 
ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ଦଳରେ ଯୋଗଦାନ କଲେ ପ୍ରଫୁଲ୍ଲ, ତାଙ୍କ ପତ୍ନୀ ତ୍ରିବେଣୀ ମାଝୀ ଓ ତଳସରା ନିର୍ବାଚନ ମଣ୍ଡଳୀର ଶତାଧିକ କଂଗ୍ରେସ କର୍ମକର୍ତ୍ତା।
 
ଦଳରେ ଯୋଗଦେଲା ପରେ ପ୍ରଫୁଲ୍ଲ କହିଛନ୍ତି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମସ୍ତ କାର୍ଯ୍ୟ ପ୍ରଶଂସନୀୟ ଓ ନେତୃତ୍ୱ ଅତୁଳନୀୟ।
 
କିଛିଦିନ ପୂର୍ବରୁ କଂଗ୍ରେସରୁ ଇସ୍ତଫା ଦେଇଥିଲେ ମାଝୀ।
 
 
 
 
powered by social2s