Warning: getimagesize(/home/odiaray/public_html/images/IMG-20230407-WA0053.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

Warning: getimagesize(/home/odiaray/public_html/images/IMG-20230407-WA0053.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

ବିଜେପିର ପ୍ରତିଷ୍ଠା ଦିବସ

ରାଜନୀତି
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଖୋର୍ଦ୍ଧା : ୪୪ ବର୍ଷରେ ପାଦ ଥାପିଛି ଭାରତୀୟ ଜନତା ପାର୍ଟି । ପାର୍ଟି ପ୍ରତିଷ୍ଠା ଦିବସ ଅବସରରେ ଚିଲିକାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ର । ଚିଲିକାରେ ଆୟୋଜିତ କାର୍ଯ୍ୟକ୍ରମରେ ଡ. ସମ୍ବିତ ପାତ୍ର ଭାରତୀୟ ଜନତା ପାର୍ଟିର ଦୀର୍ଘ ୪୩ ବର୍ଷର ଯାତ୍ରା ବିଷୟରେ ସ୍ମୃତିଚାରଣ କରିଛନ୍ତି । ସେ କହିଛନ୍ତି " ମାଆ ଭାରତୀଙ୍କ ସେବାରେ ଆମ ସମସ୍ତ କର୍ଯ୍ୟକର୍ତ୍ତା ସମର୍ପିତ ଓ ଆମ ଦଳର କାର୍ଯ୍ୟକର୍ତ୍ତାଙ୍କ ପ୍ରେରଣା ହେଉଛନ୍ତି ଭଗବାନ ହମୁମାନ । ଆଜି ମହାବୀର ହନୁମାନଙ୍କ ଭଳି ନିଜ ମଧ୍ୟରେ ସୁପ୍ତ ଶକ୍ତିର ଅନୁଭବ କରୁଛି ସଂପୂର୍ଣ୍ଣ ଦେଶ । ଆଜି ଦେଶର କୋଟି କୋଟି ଜନତାଙ୍କ ସ୍ବରକୁ ଶାଣିତ କରୁଛି ଭାଜପା । ଭାରତୀୟ ଜନତା ପାର୍ଟି କେବଳ ଏକ ଦଳ ନୁହେଁ ଏହା ଏକ ବିଚାର ଯାହାର ଲକ୍ଷ୍ୟ ରାଷ୍ଟ୍ର ନିର୍ମାଣ ଓ ଜନ କଲ୍ୟାଣ । ବିନା ସ୍ବାର୍ଥରେ ଦେଶବାସୀ ଓ ପୁରୀବାସୀ ଙ୍କ ପାଇଁ କାମ କରୁଛି ଭାଜପା । ଲୋକଙ୍କ ଆଶାର କିରଣ ଭାରତୀୟ ଜନତା ପାର୍ଟି । ଏକ ଭାରତ, ଶ୍ରେଷ୍ଠ ଭାରତ ଭାଜପାର ମନ୍ତ୍ର । ଏହି କାର୍ଯ୍ୟକ୍ରମରେ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ପୃଥିବୀରାଜ ହରିଚନ୍ଦନ , ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ ଓ ଚିଲିକା ବ୍ଲକ ଅଧ୍ୟକ୍ଷା ଜୋସ୍ନା ବେହେରାଙ୍କ ସହିତ ଜିଲ୍ଲାର ଅନେକ ବରିଷ୍ଠ କର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

powered by social2s