ଜଳେଶ୍ବର: ବାଲେଶ୍ୱର ଜିଲ୍ଲା ଜଳେଶ୍ବର ପୌର ପରିଷଦ ଅନ୍ତର୍ଗତ ଝାଡେଶ୍ୱରପୁର ବସ୍ତିରୁ ୪୦ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ ହୋଇଥିବା ସୂଚନା ମିଳିଛି। ବ୍ରାଉନ ସୁଗର କାରବାର କରୁଥିବା ଅଭିଯୋଗରେ ତିନି ଭାଇଙ୍କ ସମେତ ଚାରି ଜଣଙ୍କୁ ଗିରଫ କରିଛି ବସ୍ତା ପୋଲିସ। ଗତକାଲି ରାତିରେ ସେଖ୍ ସାନିଆ ନାମକ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରି ୨୦୦ ଗ୍ରାମରୁ ଅଧିକ ବ୍ରାଉନ ସୁଗର ଜବତ କରିଥିଲା ପୋଲିସ। ସାନିଆଙ୍କ ତିନି ପୁଅ ଓ ତାଙ୍କର ଜଣେ ସହଯୋଗୀ ଗିରଫ ହୋଇଥିବା ଜଣାପଡ଼ିଛି।
powered by social2s

