ପୁରୀ: ପୁରୀ ପୋଲିସ ର ଏସ ଟି ଏଫ ସ୍ଥାନୀୟ ବଳିଆପଣ୍ଡା ଅଞ୍ଚଳରେ ଅତର୍କିତ ଚଢ଼ାଉ କରି ୨୫୦ ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ବେଆଇନ ଭାବେ ବ୍ରାଉନ ସୁଗର ଚୋରା କାରବାର କରୁଥିବା ଅଭିଯୋଗରେ ପାଞ୍ଚ ଜଣକୁ ଗିରଫ କରିଛି। ଏହି ସମସ୍ତ ଅଭିଯୁକ୍ତ ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡ଼ିଛି। ଏମାନେ ହେଲେ ଧୀରେନ୍ଦ୍ର ସାହୁ ଓରଫ ଟୁଟୁ (୪୦), ସୁବ୍ରତ ଖୁଣ୍ଟିଆ ଓରଫ ବବୁଲ(୨୩), ମାଧବ ମଣ୍ଡଳ ଓରଫ ସନା(୨୮) ,ଆଦିତ୍ୟ ନାରାୟଣ ସ୍ୱାଇଁ ଓରଫ ଆଦି(୨୮) ,ଓ ସୁରଜ ପରିଡା ଓରଫ ଗୁଡୁ(୨୧)। ଚଢ଼ାଉ ସମୟରେ ଏମାନଙ୍କ ଠାରୁ ପୋଲିସ ୧୧ ଟି ମୋବାଇଲ ଫୋନ, ୨ ଟି ଏ ଟି ଏମ କାର୍ଡ, ଗୋଟିଏ ମୋଟର ସାଇକେଲ, ଗୋଟିଏ ଚାରି ଚକିଆ ଯାନ ଓ ନଗଦ ୫ ହଜାର ଟଙ୍କା ମଧ୍ୟ ଜବତ କରିଥିବା କରିଛି।
powered by social2s

