କଟକ: କଟକ ଶ୍ରୀରାମ ନଗର ଅଞ୍ଚଳରେ ନିଜ ୩ ବର୍ଷର ଛୁଆକୁ ତଣ୍ଟି ଚିପି ମାରିଦେବା ପରେ ମା ବେକରେ ଶାଢ଼ୀ ଦେଇ ଝୁଲିପଡିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଘଟଣା ପଛର କାରଣ ଜଣାପଡିନାହିଁ । ମିଳିଥିବା ସୂଚନା ଅନୁଯାୟୀ, ଆତ୍ମହତ୍ୟା କରିଥିବା ମହିଳା ସନ୍ତୋଷ ଖୁଣ୍ଟିଆଙ୍କ ସ୍ତ୍ରୀ ଶିଳ୍ପୀ ଖୁଣ୍ଟିଆ । ସ୍ୱାମୀ-ସ୍ତ୍ରୀ ଉଭୟ ପେଶାରେ ଇଞ୍ଜିନିୟର। ସନ୍ତୋଷଙ୍କ ଦ୍ୱିତୀୟ ପତ୍ନୀ ଥିଲେ ଶିଳ୍ପୀ। ଉଭୟଙ୍କ ମଧ୍ୟରେ ମନ ମାଳିନ୍ୟ ଥିଲା। ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ବିବାହ କରିଥିଲେ ଶିଳ୍ପୀ।
ଶିଳ୍ପୀଙ୍କୁ ତାଙ୍କ ଠାରୁ ଛଡ଼ାଇ ନେବା ପାଇଁ ସନ୍ତୋଷ ବାଧ୍ୟ କରୁଥିବା ଅଭିଯୋଗ କରିଛନ୍ତି ଶିଳ୍ପୀଙ୍କ ପରିବାର ଲୋକେ। ସନ୍ତୋଷ ଶିଳ୍ପୀଙ୍କୁ ମାଡ଼ ମାରୁଥିବା ଅଭିଯୋଗ କରିଛନ୍ତି। ଅନ୍ୟ ପଟେ ଶିଳ୍ପୀ ନିର୍ଯାତନା ଦେଉଥିବା ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ ସନ୍ତୋଷ।
powered by social2s

