Warning: getimagesize(/home/odiaray/public_html/images/IMG-20230706-WA0251.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

Warning: getimagesize(/home/odiaray/public_html/images/IMG-20230706-WA0251.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

ଜାପାନର ସାଂସଦ ପ୍ରତିନିଧି ଦଳକୁ ଫିକି ଦ୍ବାରା ସ୍ୱାଗତ

ବାଣିଜ୍ୟ /ବ୍ୟବସାୟ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭାରତ ଗସ୍ତରେ ଥିବା ଜାପାନିଜ୍ ସାଂସଦ ପ୍ରତିନିଧି ଦଳ, ଗଣେଶ ଗ୍ରୁପ୍କୁ ଫିକି ପକ୍ଷରୁ ଆତିଥ୍ୟତା ପ୍ରଦାନ କରାଯାଇଛି। ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ-ଜାପାନ ଆସୋସିଏସନ୍ ଅଧ୍ୟକ୍ଷ ୟୋସିହିଦେ ସୁଗାଙ୍କ ନେତୃତ୍ଵାଧୀନ ଏହି ପ୍ରତିନିଧି ଦଳ ଚାରି ଦିନିଆ ଭାରତ ଗସ୍ତରେ ଅଛନ୍ତି। ଜାପାନିଜ୍ ପ୍ରତିନିଧି ଦଳକୁ ସ୍ୱାଗତ କରିବା କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ଫିକି ଅଧ୍ୟକ୍ଷ ଶୁଭ୍ରକାନ୍ତ ପଣ୍ଡା ଦ୍ୱିପାକ୍ଷିକ ସଶକ୍ତ ସମ୍ପର୍କ ଏବଂ ନୀତିଗତ ସହଭାଗିତା ସମ୍ପର୍କରେ ଆଲୋକପାତ କରିଥିଲେ। ସେ ଭାରତରେ ଜାପାନିଜ କମ୍ପାନୀଗୁଡିକର ବୃହତ ଉପସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ । ଜାପାନର ବୈଷୟିକ ବିଦ୍ୟା ଓ ଗୁଣାତ୍ମକ ଉତ୍ପାଦ ଜଣାଶୁଣା ଏବଂ ଭାରତ ଦ୍ରୁତ ଗତିରେ ଆଗକୁ ବଢୁଥିବା ଏକ ବୃହତ ଅର୍ଥନୀତି ହୋଇଥିବାରୁ ଉଭୟ ଦେଶର ବଣିଜ୍ୟିକ ସଂସ୍ଥା ମଧ୍ୟରେ ସହଯୋଗର ସମ୍ଭାବନା ବିଷୟରେ ମଧ୍ୟ ଶ୍ରୀ ପଣ୍ଡା ଆଲୋଚନା କରିଥିଲେ। ସମ୍ମାନନୀୟ ସୁଗା ଭାରତ-ଜାପାନର ମିଳିତ ନୀତିଗତ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ଏଥି ସହ ଦ୍ୱିପାକ୍ଷିକ ସହଯୋଗରେ ବିଶ୍ୱ ସମୁଦାୟର ଉନ୍ନତି ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ସେ ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଫିକି ଇଣ୍ଡିଆ-ଜାପାନ ସଂସଦ ପ୍ରତିନିଧି ଫୋରମର ଅଧ୍ୟକ୍ଷ ସାଂସଦ ଶ୍ରୀ ସୁଶୀଲ ମୋଦିଙ୍କ ସମେତ ଓଡ଼ିଶା ସାଂସଦ ସୁଜିତ କୁମାର ଏବଂ ଫୋରମର ଅନ୍ୟାନ୍ୟ ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ।

powered by social2s