ନୂଆଦିଲ୍ଲୀ: ଆରମ୍ଭ ହେଲା ସଂସଦର ଶୀତକାଳୀନ ଅଧିବେଶନ। ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ। ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ଦଳର ସହଯୋଗ ଲୋଡ଼ିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସଂସଦରେ ଶାନ୍ତିଶୃଙ୍ଖଳାର ସହ ଆଲୋଚନା ହେବା ଉଚିତ। ଆଲୋଚନାରେ ଅଧିକରୁ ଅଧିକ ସାଂସଦ ଭାଗ ନେବା ଆବଶ୍ୟକ। ବାରମ୍ବାର ପ୍ରତ୍ୟାଖାନ ହୋଇଥିବା ଲୋକ ଗଣତନ୍ତ୍ରକୁ ଅସମ୍ମାନ କରନ୍ତି ବୋଲି ପ୍ରକାଶ କରିଛନ୍ତି ମୋଦି।
powered by social2s