ସବୁ ରାଜ୍ୟରେ ଆରଟିପିସିଆର୍ ଟେଷ୍ଟ ବଢାଇବାକୁ କହିଲେ ପ୍ରଧାନମନ୍ତ୍ରୀ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ନୂଆଦିଲ୍ଲୀ': ଅଧିକାଂଶ ସହରରେ କରୋନା ମାମଲା ପୁଣିଥରେ ବଢୁଥିବାର ଦେଖାଯିବାରୁ ଦେଶର ସବୁ ରାଜ୍ୟରେ ଆରଟିପିସିଆର୍ ଟେଷ୍ଟ ବଢ଼ାଇବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍ଫରେନସିଙ୍ଗ ଜରିଆରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲୋକେ ଭୟଭୀତ ନହୋଇ ସଚେତନ ହେବା ଦରକାର। 

କନଣ୍ଟେନମେଣ୍ଟ ଓ ସରଭିଲାନ୍ସ ପାଇଁ ଆବଶ୍ୟକ ଥିଲେ ତାହା କରାଯାଉ।  ସହରରୁ ଗାଁ କୁ ନବ୍ୟାପିବା ପାଇଁ ଯେଉଁଠାରେ ଆବଶ୍ୟକତା ସେଠି ମାଇକ୍ରୋ କନଣ୍ଟେଟମେଣ୍ଟ ଯୋନ ମଧ୍ୟ କରାଯାଉ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି। 

ଆରଟିପିସିଆର୍ ଟେଷ୍ଟ ଯେତେ ବଢ଼ିବ ସଂକ୍ରମଣ ସେତେ କମିବ ବୋଲି ସେ କହିଛନ୍ତି।

 

powered by social2s