ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ମନ କି ବାତ୍ କାର୍ଯ୍ୟକ୍ରମ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରେଡ଼ିଓ ମାଧ୍ୟମରେ ନିଜ ମନକଥାକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ମୋଦୀ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋଦୀ କହିଛନ୍ତି ଯେ, ରାଷ୍ଟ୍ରର ଉନ୍ନତି ଦିଗରେ କାମ କରିବା ଆମର ଲକ୍ଷ୍ୟ।
ଦେଶର ୭୫ ତମ ପୂର୍ତ୍ତିରେ ଚାଲିଛି ଅମୃତ ମହୋତ୍ସବ।
ଅନୁଶାସନ ର ଅଦ୍ଭୁତ ଉଦାହରଣ ଜନତା କର୍ଫ୍ୟୁ ହୋଇଥିଲା ବୋଲି ସେ ଜଣାଇଛନ୍ତି।
କାର୍ଯ୍ୟକ୍ରମ ରେ ସେ କହିଛନ୍ତି, ଝିଅ ମାନେ ଖେଳରେ ନିଜର ଏକ ସ୍ୱତନ୍ତ୍ର ପରିଚିତ ସୃଷ୍ଟି କରିଛନ୍ତି। ମହିଳା ଖେଳାଳିମାନେ ଦେଶର ମାନକୁ ଆଗକୁ ବଢାଇପାରିଛନ୍ତି।
ଦେଶରେ ସବୁଠାରୁ ବଡ଼ ଟିକାକରଣ ଚାଲିଛି। ଏହାରି ଭିତରେ କିଛି ଶତାୟୁ ମଧ୍ୟ କରୋନା ଭ୍ୟାକସିନ୍ ନେଇଥିବା ମୋଦି କହିଛନ୍ତି।
ଭ୍ୟାକସିନ୍ ନେବାକୁ ନେଇ ଅନେକ ଚିଠି ଲେଖିଛନ୍ତି। ସେମଧ୍ୟରୁ ଭୁବନେଶ୍ୱରର ପୁଷ୍ପା ଶୁକ୍ଳା ମଧ୍ୟ ଟିକାକରଣ କୁ ନେଇ ଚିଠି ଲେଖିଥିଲେ।
ଏଥର ମନ୍ କି ବାତ୍ କାର୍ଯ୍ୟକ୍ରମରେ ରାଜ୍ୟର ପାରାଦୀପ ରେ ଛୋଟ ଛୋଟ ଗଛ ଲଗାଇ କୃତ୍ରିମ ଜଙ୍ଗଲ ସୃଷ୍ଟି କରିପାରିଥିବା ଅମରିଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।
ବହୁ ଚାଷୀ ମହୁ ଚାଷ ଆପଣେଇ ଦେଶକୁ ଆଗକୁ ବଢାଇପାରିଛନ୍ତି। ସେମାନଙ୍କୁ ମୋଦୀ ପ୍ରଶଂସା କରିବାକୁ ଭୁଲିନାହାଁନ୍ତି।
ବହୁ ଚାଷୀ ମହୁ ଚାଷ ଆପଣେଇ ଦେଶକୁ ଆଗକୁ ବଢାଇପାରିଛନ୍ତି: ପ୍ରଧାନମନ୍ତ୍ରୀ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

