ନୂଆଦିଲ୍ଲୀ: ଆସ ସମସ୍ତେ ଟିକା ନବା। ଏହା ସହ ସତର୍କତା ଅବଲମ୍ବନ କରିବା। ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଏଭଳି କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ସେ ଆହୁରି କହିଛନ୍ତି ଯେ, କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆମ ଧୖର୍ଯ୍ଯର ପରୀକ୍ଷା ନେଉଛି।
ପୁରା ଦେଶରେ କରୋନା ବିରୋଧରେ ଲଢେଇ ଜାରି ରହିଛି।
ଏଭଳି ସ୍ଥିତିରେ ବିଶେଷଜ୍ଞ ଙ୍କ ପରାମର୍ଶ ମାନି କାମ କରିବା ଦରକାର ବୋଲି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ।
କରୋନାର ଦ୍ୱିତୀୟ ଲହରୀ ସମସ୍ତଙ୍କୁ ଦୋହଲାଇ ଦେଇଛି।
ଅନେକ ଲୋକ ନିଜ ପରିଜନଙ୍କୁ ହରାଇଛନ୍ତି। ତେଣୁ ସମସ୍ତେ ମାକ୍ସ ପିନ୍ଧିବା। ବାରମ୍ବାର ହାତ ସଫା କରିବା। ଆବଶ୍ୟକ ନଥିଲେ ଘରୁ ପଦାକୁ ନଜିବା ପାଇଁ ମନ୍ କି ବାତ୍ ରେ କହିଛନ୍ତି ଶ୍ରୀ ମୋଦୀ।
powered by social2s

