ଟିକା ନ ନେବା ବିପଦଜନକ ହୋଇପାରେ: ପ୍ରଧାନମନ୍ତ୍ରୀ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ନୂଆଦିଲ୍ଲୀ: ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଟିକାକରଣ ଅଭିଯାନକୁ ପ୍ରଶଂସା କରିଛନ୍ତି। 

 

ଜୁନ୍ ୨୧ ତାରିଖରେ ଦେଶରେ ସର୍ବାଧିକ ଟିକାକରଣ ହୋଇଛି। ୮୬ ଲକ୍ଷରୁ ଅଧିକ ଲୋକ ସ୍ୱଦେଶୀ ଟିକାକରଣରେ ସାମିଲ ହୋଇ ଟିକା ନେଇଛନ୍ତି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ୱଦେଶୀ ଟିକା ଦିଆଯାଉଛି। 

 

ଏହି ପରିପ୍ରେକ୍ଷୀରେ ନାଗାଲାଣ୍ଡର ୩ଟି ଗ୍ରାମରେ ଶତ ପ୍ରତିଶତ ଟିକାକରଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍ ରେ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି। 

 

ତେବେ ଟିକାକୁ ନେଇ ଗୁଜବ ଉପରେ ଆଦୈ ବିଶ୍ୱାସ ନକରିବାକୁ ସେ ପରାମର୍ଶ ଦେଇଛନ୍ତି। ଟିକା ନ ନେବା ବିପଦଜନକ ହୋଇପାରେ। କେବଳ ନିଜ ପାଇଁ ନୁହେଁ ନିଜ ପରିବାର ଓ ଗାଁ ପାଇଁ ମଧ୍ୟ ଏହା ବିପଦ ସୃଷ୍ଟି କରିପାରେ ବୋଲି ସେ କହିଛନ୍ତି। କରୋନା ବିରୋଧରେ ଲଢେ଼ଇ ଜାରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି। 

 

ସେହିଭଳି ଟୋକିଓ ଅଲମ୍ପିକ୍ସ ପାଇଁ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଦେଶବାସୀଙ୍କୁ କହିଛନ୍ତି। 

 

ଦିପିକା କୁମାରୀ, ପ୍ରବିଣ ଯାଦବ ଓ ନେହା ଗୋଏଲଙ୍କ କଥା କହିଲେ ନରେନ୍ଦ୍ର ମୋଦୀ। 

ଗରିବ ପରିବାରରୁ ଆସି ମଧ୍ୟ ଏତେ ଆଗକୁ ଯାଇପାରିଥିବାରୁ ସେମାନଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। 

 

ସେହିଭଳି ଦିବଂଗତ ମିଳ୍କା ସିଂଙ୍କ କଥା ମନେ ପକାଇ ଦେଶ ପାଇଁ ସେ ପ୍ରେରଣାର ଉତ୍ସ ଥିଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

powered by social2s