ଆମେରିକାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆମେରିକାରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ  ସମେତ ତିନି ସେନାର ଅଧିକାରୀ ପ୍ରଧାନମନ୍ତ୍ରୀ ଙ୍କୁ ସ୍ଵାଗତ କରିଥିଲେ। ବିମାନବନ୍ଦର ର ବାହାରେ ପ୍ରବାସୀ ଭାରତୀୟଙ୍କ ସହିତ ହାତ ମିଲାଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ଆଜି ସେଠାରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ଉପରାଷ୍ଟ୍ରପତି କମଳା ହାରିସଙ୍କୁ ସାକ୍ଷାତ କରିବେ । ପ୍ରଧାନମନ୍ତ୍ରୀ ମୋଦି କ୍ୱାଡ଼ ସମ୍ମିଳନୀରେ ଯୋଗ ଦେବେ। ଏଥି ସହିତ ଆଜି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏବଂ ତାଙ୍କର ଜାପାନ  ପ୍ରତିପ୍ରକ୍ଷ ୟୋସିହିଡେ ସୁଗାଙ୍କୁ ମଧ୍ୟ ସାକ୍ଷାତ କରିବେ।  ଆସନ୍ତା ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କୁ  ଭେଟିବେ । ଏଥିସହିତ  ମିଳିତ ଜାତିସଂଘର  ସାଧାରଣ ସଭା ର ୭୬ତମ ଅଧିବେଶନରେ ଉଦ୍ ବୋଧନ ଦେବେ।

powered by social2s