ୱାସିଂଟନ: ଆଜି ହ୍ଵାଇଟ୍ ହାଉସ୍ ରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଙ୍କ ମଧ୍ୟରେ ସାକ୍ଷାତ ହୋଇଛି। କୋଭିଡ ଓ ଜଳବାୟୁ ପରିବର୍ତ୍ତନ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଏହି ବୈଠକ ପୂର୍ବରୁ ଆମେରିକା ଉପରାଷ୍ଟ୍ରପତି କମଳା ହରିସଙ୍କ ସହ ମୋଦୀଙ୍କର ଆଲୋଚନା ହୋଇଛି। ଆଲୋଚନାରେ ଆତଙ୍କବାଦୀ ସମତେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଅଛି । ଭାରତରେ କୋଭିଡ ପରିଚାଳନାକୁ ନେଇ ପ୍ରଶଂସା କଲେ ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ । ଗଣତନ୍ତ୍ର ପାଇଁ ଦୁଇ ଦେଶ ମିଶିକି କର୍ଯ୍ୟକରିବାକୁ ନେଇ ମଧ୍ୟ ଆଲୋଚନା ହୋଇଛି।
powered by social2s

