ମୁମ୍ବାଇ: ଦୀର୍ଘ ୨୬ ଦିନ ପରେ କିଙ୍ଗ ଖାନ୍ ସାହାରୁଖ୍ ଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ଙ୍କୁ ବମ୍ବେ ହାଇକୋର୍ଟ ଜାମିନ ଦେଇଛନ୍ତି। ତାଙ୍କ ସହ ବନ୍ଧୁ ଅର୍ବାଜ୍ ମର୍ଚାଣ୍ଟ ଓ ମୁନମୁନ ଧମେଚାଙ୍କୁ ମଧ୍ୟ ବମ୍ବେ ହାଇକୋର୍ଟ ର ଜଣିକିଆ ବେଞ୍ଚ ଜାମିନ ପ୍ରଦାନ କରିଛନ୍ତି।
ଜାମିନ ମିଳିଥିଲେ ମଧ୍ୟ ଆଜି ରାତି ସମସ୍ତ ଅଭିଯୁକ୍ତ ପୁଲିସ ହେପାଜତରେ ରହିବେ। ଆସନ୍ତା କାଲି ହାଇକୋର୍ଟ ଙ୍କ ରାୟର ବିସ୍ତୃତ ନିର୍ଦ୍ଦେଶନାମା ମିଳିବା ପରେ ସମସ୍ତ ଅଭିଯୁକ୍ତ ଜେଲରୁ ବାହାରି ପାରିବେ ବୋଲି ଜଣାପଡିଛି।
ଏନସିବି ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଅନିଲ ସିଂ ଶୁଣାଣି ବେଳେ ଆର୍ଯ୍ୟନ୍ ଙ୍କ ଜାମିନ ଙ୍କୁ ଘୋର ବିରୋଧ କରିଥିଲେ। ସେ କୋଟରେ କହିଥିଲେ ଯେ, ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଥିବାରୁ ଅତିକମରେ ସେଦିନ ସେ ଡ୍ରଗ୍ସ ସେବନ କରିନଥାନ୍ତେ। ସେହିଭଳି ସେ ଆହୁରି ମଧ୍ୟ କହିଥିଲେ ଯେ ଆର୍ଯ୍ୟନ୍ ନିୟମିତ ଡ୍ରଗ୍ସ ସେବନ କରୁଥିଲେ ଓ ଏହାକୁ କିଣୁଥିବାର ପ୍ରମାଣ ମଧ୍ୟ ରହିଛି।
ତେବେ ଶେଷରେ କୋଟ ଆର୍ଯ୍ୟନ୍ ଖାନ୍ ଙ୍କୁ ଜାମିନ ପ୍ରଦାନ କରିଛନ୍ତି।
ଆର୍ଯ୍ୟନ୍ ଖାନଙ୍କୁ ମିଳିଲା ଜାମିନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

