ନୂଆଦିଲ୍ଲୀ: ସଂସଦର ଶୀତ କାଳୀନ ଅଧିବେଶନ ଆରମ୍ଭ ହୋଇଛି। ଏଥିରେ ଉଭୟ ଲୋକସଭା ଓ ରାଜ୍ୟସଭା ଗୃହ ଆରମ୍ଭ ହୋଇଛି। ଲୋକସଭାରେ ଦିବଂଗତ ସଦସ୍ୟ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ତେବେ ଆରମ୍ଭରୁ ବିରୋଧୀ ମାନଙ୍କ ହଟ୍ଟଗୋଳ ଯୋଗୁଁ ଦିନ ୧୨ଟା ଯାଏ ଲୋକସଭା ମୁଲତବୀ ଘୋଷଣା କରାଯାଇଥିଲା। ତେବେ ମୋଟ ୨୬ ଟି ବିଲ ଅଧିବେଶନରେ ଉପସ୍ଥାପିତ ହେବ। ସେହିଭଳି ରାଜ୍ୟ ସଭା ଦିନ ୧୨.୧୯ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ଶୀତ କାଳୀନ ଅଧିବେଶନ।
powered by social2s

