ଭୁବନେଶ୍ୱର : ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ପବ୍ଲିକ୍ ଆକାଉଣ୍ଟସ୍ କମିଟି (ପିଏସି) ସ୍ଥାପନର ଶହେ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆୟୋଜିତ ସୂତନ୍ତ୍ର ବୈଠକରେ ଯୋଗ ଦେଇଛନ୍ତି ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦଙ୍କ ଉପସ୍ଥିତିରେ ଏହି ସମାରୋହ ଉତ୍ସବରେ ୪ ଜଣ ବିଧାୟକଙ୍କୁ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଛନ୍ତି। ଏହି ସମାରୋହରେ ଉପରାଷ୍ଟ୍ରପତି ଶ୍ରୀଯୁକ୍ତ ଭେଙ୍କୟା ନାୟୁଡୁ କହିଛନ୍ତି ଯେ ଗଣତନ୍ତ୍ରକୁ ଆହୁରି ମଜଭୁତ କରିବା ଲାଗି ସଂସଦ ଏବଂ ବିଧାନସଭାର ବିତର୍କ ହିଁ ଶ୍ରେଷ୍ଠ ମାର୍ଗ। ଅନ୍ୟପଟେ ସଂସଦୀୟ ବ୍ୟବସ୍ଥାର ଜ୍ଞାନକୁ ପରିବର୍ଦ୍ଧିତ କରିବା ଲାଗି ଏଭଳି ସମାରୋହରେ ଖୁବ ଉପାଦୟ ବୋଲି ବିଧାୟକ ଘଡ଼ାଇ କହିଛନ୍ତି।
powered by social2s

