ମାଲକାନଗିରି: ଛତିଶଗଡ଼ ର ନାରାୟଣପୁର ଠାରେ ପୋଲିସ ଓ ମାଓବାଦି ସାମନାସାମନି ହୋଇଥିବାର ଖବର ଆସିଛି । ଏନକାଉଣ୍ଟରରେ ଜଣେ ହାର୍ଡକୋର୍ ମାଓବାଦି ର ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ ହୋଇଥିବା ଜଣାପଡ଼ିଛି। ମାଓବାଦୀ ନିହତ ହେବା ପରେ ପୋଲିସ ର କଡ଼ା ନଜର ଏବେ ନାରାୟଣପୁର ଓ ପାଖା ପାଖି ଅଞ୍ଚଳ ରେ ରହିଛି। ପୋଲିସ ମାଓ ସାମଗ୍ରୀ, ବନ୍ଧୁକ ଓ କିଛି ବିସ୍ଫୋରକ ଜବତ କରିବା ପରେ ଘଟଣାସ୍ଥଳକୁ କଡ଼ା ସୁରକ୍ଷା ଦେବା ସହ ଅପରେସନ ଜାରି ରଖିଛି।
powered by social2s

