ଦିପାବଳୀରେ ଯୁବବର୍ଗଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ଭେଟି

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ଆଜି ଠାରୁ ଦେଶରେ ନିଯୁକ୍ତି ମେଳାର ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି । ନିଯୁକ୍ତି ମେଳା ଜରିଆରେ ଦେଶର ୧୦ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ଦେବା ନେଇ ଯୋଜନା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୭୫ ହଜାରଙ୍କୁ ଅଫର ଲେଟର ଦିଆଯିବ । କେନ୍ଦ୍ରର ୩୮ଟି ମନ୍ତ୍ରାଳୟରେ ଖାଲି ପଡ଼ିଥିବା ପଦବୀରେ ମିଳିବ ନିଯୁକ୍ତି । ପ୍ରଧାନତଃ ପ୍ରତିରକ୍ଷା, ରେଳ, ଗୃହ, ଡାକ, ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ, CBI, କଷ୍ଟମ୍, ବ୍ୟାଙ୍କିଙ୍ଗ ଆଦି କ୍ଷେତ୍ରରେ ଚାକିରି ବଣ୍ଟନ କରାଯିବ। UPSC, SSC ଏବଂ ରେଲୱେ ବିଭାଗ ଦ୍ବାରା ଆଶାୟୀଙ୍କୁ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନାରେ ଦେଶର ହଜାରହଜାର ଯୁବପିଢି ଉପକୃତ ହେବେ।

powered by social2s