୯୪ ତମ 'ମନ କି ବାତ୍' ମାଧ୍ଯମରେ ଦେଶବାସୀଙ୍କୁ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ନୂଆଦିଲ୍ଲୀ:  ୯୪ ତମ 'ମନ୍ କି ବାତ୍' ମାଧ୍ଯମରେ ଦେଶବାସୀଙ୍କୁ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି। 'ମନ୍ କି ବାତ୍' କାର୍ଯ୍ୟକ୍ରମ ମାଧ୍ଯମରେ ଦେଶବାସୀଙ୍କୁ ଛଠ ପୂଜାର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଯେପରି ସୂର୍ଯ୍ୟ ପୂଜାକୁ ଗୁରୁତ୍ବ ଦିଆଯାଉଛି, ସେହିପରି ସୂର୍ଯ୍ୟ ଶକ୍ତିକୁ ମଧ୍ୟ ଗୁରୁତ୍ବ ଦେବା ଆବଶ୍ୟକ ବୋଲି କହିଛନ୍ତି ଶ୍ରୀ ମୋଦି। ସୌର ଶକ୍ତି କ୍ଷେତ୍ରରେ ଭାରତରେ ନୂଆ ଆଶା ସଂଚାର ହେଉଛି। ସୌର ଗ୍ରାମ ସୃଷ୍ଠି ହେବାର ସମୟ ଆସି ଗଲାଣି , ସେ ସମୟ ଆଉ ଦୂର ନାହିଁ। ଗୁଜରାଟର ମୋଡେରା ଗ୍ରାମ ହେଉଛି ଏହାର ସର୍ବଶ୍ରେଷ୍ଠ ଉଦାହରଣ। ମୋଡେରା ଗାଁରେ କିଛି ଲୋକଙ୍କ ଛାତରେ ସୌର ଶକ୍ତି ଉତ୍ପନ ହେଉଛି। ସୌରଶକ୍ତିରୁ ଦେଶର ଅନେକ ଚାଷୀ ଏବେ ଶକ୍ତି ଉତ୍ପାଦନ କରି ପାରୁଛନ୍ତି। ସୌର ଶକ୍ତି କ୍ଷେତ୍ରରେ କେବଳ ଭାରତ ନୁହେଁ, ସମଗ୍ର ବିଶ୍ବ ନୂଆ ସମ୍ଭାବନା ଦେଖୁଛି।

 

powered by social2s