ନୂଆଦିଲ୍ଲୀ: ଟଲିଉଡ଼ ଷ୍ଟାର ଖଳନାୟକ ଓ ହାସ୍ୟ ଚଲପତି ରାଓଙ୍କ ପରଲୋକ ଘଟିଛି। ନିଜ ବାସଭବନରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଶନିବାର ରାତିରେ ତାଙ୍କ ପରଲୋକ ଘଟିଥିବା ବେଳେ ଏନେଇ ପରିବାର ଲୋକେ ରବିବାର ସୂଚନା ଦେଇଥିଲେ । ସୂଚନା ଅନୁଯାୟୀ, ୬୦୦ରୁ ଅଧିକ ଫିଲ୍ମରେ ସେ ଅଭିନୟ କରିଛନ୍ତି । ସ୍ବାସ୍ଥ୍ୟ ସମସ୍ୟା କାରଣରୁ ସେ ଅଭିନୟରୁ କିଛିଦିନ ହେବ ଦୂରେଇ ରହିଥିଲେ ।
powered by social2s