ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ କାର୍ ଦୁର୍ଘଟଣା। ଋଷଭ ପନ୍ତ ନିଜେ ଡ୍ରାଇଭିଂ କରି ନୂଆଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଉଥିବା ବେଳେ ତାଙ୍କ କାର ଗୋଟିଏ ଡିଭାଇଡର୍ରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ପରେ କାର୍ଟି ସଂପୂର୍ଣ୍ଣ ଭାବେ ଜଳି ଯାଇଥିବା ବେଳେ ପନ୍ତ ଗୁରୁତର ଆହତ ହୋଇଛନ୍ତି। ତେବେ ସେ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ଗୁରୁତର ଆହତ ହୋଇଥିବାରୁ ତାଙ୍କର ପ୍ଲାଷ୍ଟିକ ସର୍ଜରୀ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
powered by social2s