ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି ପ୍ରଧାନମାନଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ। ୩୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ଆଲୋଚନାରେ ସାମିଲ ହୋଇଥିଲେ। ପରୀକ୍ଷା ସମୟରେ ଚାପମୁକ୍ତ ଓ ପ୍ରସ୍ତୁତି ନେଇ ମାର୍ଗଦର୍ଶନ କଲେ ପ୍ରଧାନମନ୍ତ୍ରୀ। ସର୍ବଦା ନିଜ ଲକ୍ଷ୍ୟ ପ୍ରତି ଫୋକସ୍ କରିବାକୁ କହିଲେ ପ୍ରଧାନମନ୍ତ୍ରୀ। ଚାପର ବଶବର୍ତ୍ତୀ ହୋଇ ଲକ୍ଷ୍ୟରୁ ବିଚ୍ୟୁତ ନହେବାକୁ ପରାମର୍ଶ। ଟାଇମ୍ ମ୍ୟାନେଜମେଣ୍ଟ ପ୍ରତି ଯତ୍ନଶୀଳ ହେବା ଗୁରୁତ୍ୱପୂର୍ଣ୍ଣ। ଟାଇମ୍ ମ୍ୟାନେଜମେଣ୍ଟ କେମିତି କରାଯାଏ, ନିଜ ମା'ଙ୍କଠାରୁ ଶିଖିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ସ୍ମାର୍ଟଲି ହାର୍ଡୱର୍କ ବା ହାର୍ଡୱର୍କକୁ ସ୍ମାର୍ଟଲି କରିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଯିଏ ନିଜ ସାମର୍ଥ୍ୟ ଜାଣିନଥାଏ, ତାକୁ ସାମର୍ଥ୍ୟବାନ ହେବା କଷ୍ଟ ହୁଏ ବୋଲି କହିଲେ ମୋଦି। ପ୍ରଧାନମନ୍ତ୍ରୀ ମଧ୍ଯ କହିଛନ୍ତି ଯେ, ପରୀକ୍ଷାରେ କପି କରୁଥିବା ପିଲା ବି କ୍ରିଏଟିଭ୍। କପି କରୁଥିବା ପିଲା ଯଦି ସେତିକି କ୍ରିଏଟିଭିଟି ପାଠ ପଢ଼ାରେ ଦେଖାନ୍ତା, ତେବେ କପି ଦରକାର ପଡ଼ନ୍ତାନି। ଦୁନିଆ ବହୁତ ପ୍ରତିଯୋଗିତାମୂଳକ ହେଲାଣି, ନକଲରେ ଭବିଷ୍ୟତ ତିଆରି ହୋଇପାରିବ ନାହିଁ। କପି କରି ହୁଏତ ପରୀକ୍ଷାରେ ଖସିଯିବ, କିନ୍ତୁ ଆଗକୁ ଅଟକି ଯିବ।

powered by social2s