ରେଳ ସୁରକ୍ଷା ପାଇଁ ଦେଶୀୟ କବଚ ଜ୍ଞାନକୌଶଳ ବିକଶିତ ହୋଇଛି: ରାଷ୍ଟ୍ରପତି

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ଆଜି ବଜେଟ୍ ର ମିଳିତ ଅଧିବେଶନରେ ଅଭିଭାଷଣ ରଖି ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ କହିଲେ ଯେ ୨୦୧୪ ରେ ୭୪ ଏୟାରପୋର୍ଟ ଥିଲା, ଏବେ ୧୪୭ରେ ପହଞ୍ଚିଛି। ଉଦ୍‌ଘାଟନ ଯୋଜନାରେ ଛୋଟ ଛୋଟ ସହରକୁ ବିମାନ ସେବା ମିଳିଛି। ରେଳ ସୁରକ୍ଷା ପାଇଁ ଦେଶୀୟ କବଚ ଜ୍ଞାନକୌଶଳ ବିକଶିତ ହୋଇଛି। ଅକ୍ଷୟ ଶକ୍ତି ଉତ୍ପାଦନରେ ଭାରତ ଆଜି ବିଶ୍ୱରେ ଚତୁର୍ଥ ହୋଇଛି ବୋଲି ସୂଚନା ଦେଇଛନ୍ତି ରାଷ୍ଟ୍ରପତି । ସେ ଆହୁରି କହିଛନ୍ତି ଯେ ଦେଶରେ ହାଇଡ୍ରୋଜେନ୍ ଇନ୍ଧନ ପାଇଁ ସ୍ୱୀକୃତି ଦିଆଯାଇଛି । ବିଗତ ୮ ବର୍ଷରେ ମେଟ୍ରୋ ରେଲେୱେ ୩ ଗୁଣା ବଢ଼ିଛି, ୨୭ ସହରରେ ମେଟ୍ରୋ ରେଲେୱେ କାମ ଚାଲୁରହିଛି। ଆତଙ୍କବାଦ ବିରୋଧରେ ଭାରତର ସ୍ୱରକୁ ଗୁରୁତ୍ୱ ଦିଆଯାଉଛି। ଭାରତର ଲୋକତନ୍ତ୍ର ସଶକ୍ତ ଥିଲା, ଆଗକୁ ବି ରହିବ ବୋଲି କହିଛନ୍ତି ଦ୍ରୌପଦୀ ମୁର୍ମୁ।

powered by social2s