ବଜେଟ୍ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ; ଏଣିକି ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଦେବାକୁ ପଡ଼ିବନି ଟ୍ୟାକ୍ସ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ଆଜି ବଜେଟ୍ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆୟକର ସ୍ଲାବ୍ ନେଇ ହୋଇଛି ବଡ଼ ଘୋଷଣା। ଏଣିକି ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଦେବାକୁ ପଡ଼ିବନି ଟ୍ୟାକ୍ସ। କୃଷି କ୍ଷେତ୍ର ପାଇଁ ବଡ଼ ଘୋଷଣା କରି ଅର୍ଥମନ୍ତ୍ରୀ କହିଛନ୍ତି, କୃଷି ସହ ଜଡିତ ଷ୍ଟାର୍ଟଅପ୍ ମାନଙ୍କୁ ପ୍ରାଥମିକତା ଦିଆଯିବ । ଯୁବ ଉଦ୍ୟୋଗୀମାନଙ୍କ ଦ୍ୱାରା କୃଷି-ଷ୍ଟାର୍ଟଅପକୁ ଉତ୍ସାହିତ କରିବା ପାଇଁ ଏକ କୃଷି ତ୍ୱରାନ୍ୱିତ ପାଣ୍ଠି(Agriculture Accelerator Fund) ସୃଷ୍ଟି କରାଯିବ । ପଶୁପାଳନ, ଦୁଗ୍ଧ ଏବଂ ମତ୍ସ୍ୟଚାଷ ଉପରେ ଧ୍ୟାନ ଦେଇ କୃଷି ଋଣକୁ ୨୦ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯିବ। ଏହାସହ ନିର୍ମଳା ସୀତାରମଣ କୃଷି ପ୍ରୋତ୍ସାହନ ନୀତି ଘୋଷଣା କରିଛନ୍ତି । ମୋବାଇଲ ଶିଳ୍ପରେ ବ୍ୟବହୃତ କ୍ୟାମେରା ଲେନ୍ସ, ବ୍ୟାଟେରୀ କଷ୍ଟମ ଡ୍ୟୁଟି ହ୍ରାସ ପାଇଛି। ମୋବାଇଲ ଉପକରଣ ଏବଂ ପୋଷାକରୁ ଟିକସ ହ୍ରାସ ପାଇଛି। ହାଇଡ୍ରୋଜେନ୍ ଇନ୍ଧନକୁ ପ୍ରୋତ୍ସାହନ ପାଇଁ ୯୭୦୦ କୋଟି ବ୍ୟବସ୍ଥା ହୋଇଛି। ସୂଚନା ଅନୁଯାୟୀ, ୧୫୭ ମେଡିକାଲ କଲେଜ୍ ରେ ୧୫୭ ନର୍ସିଂ କଲେଜ୍ ସ୍ଥାପନ ହେବ। ଶିକ୍ଷକ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପାଇଁ ତାଲିମ ଦିଆଯିବ। ଆଉ ବର୍ଷେ ପାଇଁ ମାଗଣା ଅନ୍ନ ଯୋଜନା ଚାଲୁ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି।

powered by social2s