ଭୁବନେଶ୍ୱରରେ ନବବଧୁଙ୍କୁ ହତ୍ୟା ଅଭିଯୋଗ
ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ବର ଥାନା ଜରିପାଟଣା ଗାଁରେ ଜଣେ ନବବଧୁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସ୍ୱାମୀ ଓ ଶ୍ୱଶୁରଘର ଲୋକେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର। ଦୁଇ ବର୍ଷ ପୂର୍ବରୁ ହୋଇଥିଲା ବିବାହ।
ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ବର ଥାନା ଜରିପାଟଣା ଗାଁରେ ଜଣେ ନବବଧୁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସ୍ୱାମୀ ଓ ଶ୍ୱଶୁରଘର ଲୋକେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର। ଦୁଇ ବର୍ଷ ପୂର୍ବରୁ ହୋଇଥିଲା ବିବାହ।
ଆଠଗଡ଼: କଟକ ଜିଲ୍ଲା ତିଗିରିଆ ଥାନା ନୂଆପଟଣା ବାଲିସାହିରେ ଗୋଟିଏ ପରିବାରରେ ତିନି ଜଣଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ଓ ଝିଅ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୂର୍ବଶତ୍ରୁତା ରୁ ଆକ୍ରମଣ ହୋଇଥିବା ଜଣାପଡ଼ିଛି।
ଯାଜପୁର: ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଚମ୍ପାଝର ଗାଁରେ ନୃଶଂସ ପୁଅର ବୀଭତ୍ସ କାଣ୍ଡ। ବାପାକୁ ଟାଙ୍ଗିଆରେ ହାଣିବା ହତ୍ୟା କରିବା ପରେ ସାବତ ମାଆକୁ ଦୁଷ୍କର୍ମ କଲା ପୁଅ । ଅଭିଯୁକ୍ତ ପୁଅକୁ କାବୁ କରି ଗାଁ ଲୋକେ ପୋଲିସର ଜିମା ଦେଲେ। ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖିବା ସହ ସାବତ ମା’କୁ ପଚରାଉଚରା କରୁଛି ପୋଲିସ।
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ପୋଲିସ ଜଣକୁ ନକଲି ନୋଟ୍ କାରବାରରେ ଗିରଫ କରିବା ସହ ତାଙ୍କ ପାଖରୁ ନକଲି ନୋଟ୍ ବରାମଦ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଲାଠୋର ଥାନା ଅନ୍ତର୍ଗତ ପିପଲବାହାଲ ଗ୍ରାମ ହନୁମାନ ମନ୍ଦିରପଡାର ବ୍ରହ୍ମା ମେହେର(୩୨) ଏକ ସ୍ପ୍ଲେଣ୍ଡର ପ୍ଲସ୍ ବାଇକ୍ ନଂ ଓଡି ୨୬ଇ ୨୨୯୩ ଯୋଗେ ଆସି କପସିପାଲି ଗ୍ରାମର ଗୋଟିଏ ଦୋକାନରେ କିଛି ସାମଗ୍ରୀ କିଣି ନକଲି ନୋଟ୍ ଦେବାପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଦୋକାନୀ ନକଲି ନୋଟ୍ ବୋଲି ଜାଣିପାରି ସାମଗ୍ରୀ ଦେଇ ନଥିଲେ । ସେଇଠୁ ଅଭିଯୁକ୍ତ ଖପ୍ରାଖୋଲକୁ ଆସି ଗୋଟିଏ ଦୋକାନରେ ପୁଣି ନକଲି ନୋଟ୍ର କାରବାର କରୁଥିବା ବେଳେ କେହି ଜଣେ ଖପ୍ରାଖୋଲ ଥାନାକୁ ଖବର ଦେବାରୁ ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ତାଙ୍କ ପାଖରୁ ନକଲି ୫୦୦ ଟଙ୍କିଆ ନୋଟ୍ ୭ଟି, ୨୦୦ ଟଙ୍କିଆ ନୋଟ ୭ଟି, ୧୦୦ ଟଙ୍କିଆ ନୋଟ ୧୧ଟି, ୨ଟି ଏଟିଏମ କାର୍ଡ, ଗୋଟିଏ ମୋବାଇଲ ଓ କିଛି ଦାମୀ ସାବୁନ ଏବଂ ବାଇକ୍ ଜବତ କରି ଅଭିଯୁକ୍ତକୁ ଥାନାକୁ ଆଣି ଅଧିକ ତଦନ୍ତ ପାଇଁ ପଚରାଉଚରା କରୁଥିବା ପୋଲିସ ସୂତ୍ରରୁ ଜଣାଯାଇଛି । ଏନେଇ ଖପ୍ରାଖୋଲ ଥାନା କେସ୍ ନଂ ୩୩/୨୩ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲୁଥିବା ଖପ୍ରାଖୋଲ ଥାନା ଏସ୍ଆଇ ଗୋପୀନାଥ ମହାକୁଡ଼ ପ୍ରକାଶ କରିଛନ୍ତି । ନକଲି ନୋଟ୍ କାରବାରରେ ଆହୁରି ବହୁତ ଲୋକ ସାମିଲ ହୋଇଥିବା ନେଇ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରୁଥିବା ଜଣାପଡିଛି ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଟାଉନ ଥାନା ଗୋଳାପୋଖରୀ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ସ୍ଥିତି ଅନାୟତ ହେବାରୁ ପୋଲିସ ଫାଙ୍କା ଗୁଳିଚାଳନା ଓ ଲାଠିଚାର୍ଜ କରିଥିଲା। ଘଟଣାସ୍ଥଳରେ ପହଁଚିଲେ ସଦର ବିଧାୟକ, ଜିଲ୍ଲାପାଳ, ପୂର୍ବାଞ୍ଚଳ ଆଇଜି ଓ ଏସ୍ପି।
ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବିନ୍ଧାଣୀ ସାହିରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି। ଧାରୁଆ ଅସ୍ତ୍ରରେ ମାଆକୁ ହତ୍ୟା କଲା ପୁଅ। ମୃତ ମହିଳା ପ୍ରେମଲତା ଓ ଅଭିଯୁକ୍ତ ଗୋପାଳ ଓଝା। ପାରିବାରିକ କଳହରୁ ହତ୍ୟା ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ।
ଭୁବନେଶ୍ୱର: ଭୁବନେଶ୍ୱର ଏୟାରଫିଲ୍ଡ ଥାନା କୁହା ଅଞ୍ଚଳରେ ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପରୀକ୍ଷାରେ ଅସଫଳ ହୋଇ ଆତ୍ମହତ୍ୟା କରିଥିବା ସନ୍ଦେହ। ଏକାଧିକ ଥର ମେଡିକାଲ ପରୀକ୍ଷା ଦେଇ ବିଫଳ ହୋଇଥିବାରୁ ଏଭଳି ପଦକ୍ଷେପ ନେଇଥିବା କହୁଛନ୍ତି ସ୍ଥାନୀୟ ଲୋକେ।