ଅଟୋ ଓଲଟି ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
ଲମତାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ପାଲିବା ନିକଟରେ ଓଲଟିଲା ଅଟୋ। ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଅଟୋରେ ପରିବା ନେଇ ଯିବା ବେଳେ ଘଟିଛି ଅଘଟଣ।
ଲମତାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ପାଲିବା ନିକଟରେ ଓଲଟିଲା ଅଟୋ। ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଅଟୋରେ ପରିବା ନେଇ ଯିବା ବେଳେ ଘଟିଛି ଅଘଟଣ।
ଭୁବନେଶ୍ବର: ଓଡ଼ିଶାର ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ଯ ସରକାର। ମୋଟ୍ ୧୧ ଜିଲ୍ଲାର ୨୪ଟି ସ୍ଥାନର ଇଂରାଜୀ ନାମ ମଧ୍ୟ ସଂଶୋଧନ ହେବ। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ଏଣିକି ଓଡ଼ିଆ ନାମ ଅନୁସାରେ ରହିବ ଇଂରାଜୀ ସ୍ପେଲିଙ୍ଗ। ଖୋର୍ଦ୍ଧା ଜିଲ୍ଲାକୁ ଓଡ଼ିଆ ନାମ ଅନୁସାରେ ଖୋରଧା ଲେଖାଯିବ। ଦେବଗଡ଼ ଜିଲ୍ଲାକୁ ଆଉ ଇଂରାଜୀରେ ଦେଓଗଡ଼ ଲେଖାଯିବ ନାହିଁ। କେନ୍ଦ୍ରାପଡ଼ାକୁ କେନ୍ଦ୍ରାପରା ଓ ନୟାଗଡ଼କୁ ନୟାଗର ଲେଖାଯାଉଛି। ମହାକାଳପଡ଼ାକୁ ଆଉ ମହାକାଳପରା ଲେଖାଯିବ ନାହିଁ। ୧୫ ଦିନ ଭିତରେ ଅଭିଯୋଗ କିମ୍ୱା ଆପତ୍ତି ଥିଲେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
କଟକ : ପାଲା ହେଉଛି ଉତ୍କଳୀୟ କଳା, ସାହିତ୍ୟ, ସଂସ୍କୃତି ଓ ପରଂପରାର ଏକ ବଳିଷ୍ଠ ବାହକ । ଏହା ସାରସ୍ୱତ, ସାଂସ୍କୃତିକ, ଧାର୍ମିକ ଓ ବିବିଧ କଳା ମିଶ୍ରିତ ଏକ ଚିତ୍ତାକର୍ଷକ ଦୃଶ୍ୟକାବ୍ୟ । ବହୁ ପ୍ରାଚୀନ କାଳରୁ ଏହା ମନୋରଞ୍ଜନ ସହିତ ଲୋକଶିକ୍ଷା ପ୍ରଦାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି ବୋଲି ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ବୁଧବାର ସନ୍ଧ୍ୟାରେ ଶ୍ରୀରାମଚନ୍ଦ୍ର ଭବନରେ ଆୟୋଜିତ ପାଲା ମହୋତ୍ସବର ଉଦଘାଟନୀ ଉତ୍ସବରେ ଅତିଥିମାନେ ମତପ୍ରକାଶ କରିଛନ୍ତି । ଅନୁଷ୍ଠାନର ଉପସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମହୋତ୍ସବକୁ ଓଡ଼ିଶା ମାନବାଧିକାର ଆୟୋଗ ସଦସ୍ୟ ଅସୀମ ଅମିତାଭ ଦାସ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ କଟକ ମହାନଗର ନାଗରିକ ମହାସଭାର ସଭାପତି ଡାକ୍ତର ରବିରଞ୍ଜନ ସାହୁ । ଉକ୍ତ କାର୍ଯ୍ୟକ୍ରମରେ ସହାୟତା କରୁଥିବା ବିଶିଷ୍ଟ ଗାୟକ ସୁରେନ୍ଦ୍ର ନାଥ ଛୋଟରାୟ ପାଲାର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଶିଷ୍ଟ ଗାୟକ ଶିବଶଙ୍କର ମହାରଣାଙ୍କୁ ‘ସାବିତ୍ରୀ ପଟ୍ଟନାୟକ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା । ଏଥିସହିତ ତାଙ୍କ ସାଥୀମାନଙ୍କୁ ମଧ୍ୟ ପ୍ରମାଣପତ୍ର ପ୍ରଦାନ-ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀ ମହାରଣା ଓ ସାଥୀମାନେ ‘ଶ୍ରୀରାମଙ୍କ ମିଥିଳା ଗମନ’ ବିଷୟରେ ପାଲା ପରିବେଷଣ କରିଥିଲେ । ମୃଦଙ୍ଗ ବାଦକ ଶିବ ଲାଭ ବେହେରାଙ୍କ ସମେତ ସଂଗୀତ ଶିଳ୍ପୀ ବଳଭଦ୍ର ବେହେରା, ଶରତ ଚନ୍ଦ୍ର ଦାଶ, କାଶୀନାଥ ବେହେରା ଓ ରବି ନାରାୟଣ ଜେନା ପାଲା ପରିବେଷଣକୁ ବେଶ୍ ମାଧୁର୍ଯ୍ୟପୂର୍ଣ୍ଣ କରିଥିଲେ । ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ଅବତାରଣା କରିଥିଲେ । କାର୍ଯ୍ୟନିର୍ବାହିକା ସମିତି ସଭ୍ୟା ଡକ୍ଟର ବୈଜୟନ୍ତୀମାଳା ଶତପଥୀ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲାବେଳେ ଗୀତାଞ୍ଜଳି ପୃଷ୍ଟି ମାନପତ୍ର ପାଠ କରିଥିଲେ । ସଂଗଠନ ସଂପାଦକ ଶଶିକାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ମହାନ୍ତି ଓ କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସଙ୍କ ସମେତ କାର୍ଯ୍ୟନିର୍ବାହିକା ସମିତି ସଭ୍ୟା ମୀରା ବେଉରା ମହୋତ୍ସବ କାର୍ଯ୍ୟରେ ସହଯୋଗ କରିଥିଲେ । ଏଥିରେ ଶତାଧିକ ପାଲାପ୍ରେମୀ ଯୋଗଦେଇଥିଲେ ।
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲିଙ୍ଗରାଜ ମହାପ୍ରଭୁଙ୍କ ଶୃଙ୍ଖଳିତ ରୀତିନୀତି ଓ ପୂଜାବିଧି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଲିଙ୍ଗରାଜ ମନ୍ଦିରର ଶୃଙ୍ଖଳିତ ରୀତିନୀତି ଏବଂ ପୂଜାବିଧି ସୁଚାରୁ ରୂପେ ସମ୍ପାଦନ କରିବା ନେଇ ଆଲୋଚନା ହୋଇଥିଲା । ଏଥି ସହିତ ଚଳିତ ଜାଗର ଉତ୍ସବକୁ ଶୃଙ୍ଖଳିତ କରିବା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଲେ ଯେ ଲିଙ୍ଗରାଜ ମହାପ୍ରଭୁ ସାରା ଓଡ଼ିଶାର ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଆରାଧ୍ୟ ଦେବତା । ତେଣୁ ରୀତିନୀତିରେ କୌଣସି ପ୍ରକାର ଅବହେଳା ଗ୍ରହଣୀୟ ନୁହେଁ । ଚଳିତ ଫେବୃଆରୀ ୧୫ ତାରିଖରେ ଜାଗର ଉତ୍ସବ ଅନୁଷ୍ଠିତ ହେଉଛି । ଏହି ଉତ୍ସବରେ ଅନେକ ଭିଡ଼ ହେବାର ସମ୍ଭାବନା ରହିଛି । ଜାଗର ଦିନ ଲିଙ୍ଗରାଜଙ୍କ ଦର୍ଶନ ନେଇ ସବୁ ଭକ୍ତଙ୍କ ମନରେ ଆଗ୍ରହ ରହୁଥିବାରୁ ଭିଡ଼କୁ ଆୟତ୍ତ କରିବା ଏବଂ ସମସ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା କରିବା ଏକ ବଡ ଆହ୍ୱାନ । ଏହି ଆହ୍ୱାନର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ପୋଲିସ ପ୍ରଶାସନ, ଅଗ୍ନିଶମ ବାହିନୀ, ଲିଙ୍ଗରାଜ ମନ୍ଦିରର ସେବକ ଓ ନିଯୋଗସମୂହ ଏବଂ ଜନସାଧାରଣଙ୍କ ମିଳିତ ସହଯୋଗର ଆବଶ୍ୟକତା ରହିଛି । ଏଥିରେ ସାମାନ୍ୟତମ ବ୍ୟତିକ୍ରମ ଅଘଟଣକୁ ଆମନ୍ତ୍ରଣ କରିପାରେ । ତେଣୁ ଚଳିତ ଜାଗରକୁ ସୁଚାରୁ ରୂପେ ପରିଚାଳନା କରିବା ଏବଂ ସବୁ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେଇ ଶୃଙ୍ଖଳିତ ଦର୍ଶନ ନିମନ୍ତେ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ସେବାୟତ ଓ ନିଯୋଗସମୂହ ସହ ସମନ୍ୱୟ ରଖି ସଠିକ୍ ସମୟରେ ନୀତିକାନ୍ତି ସମାପନ, ପୂଜାବିଧି ପାଳନ, ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଆଦି ସୁନିଶ୍ଚିତ କରିବା ସହ ମନ୍ଦିର ଭିତରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ପର୍ଯ୍ୟାପ୍ତ ବାୟୁ ଚଳାଚଳ, ଅକ୍ସିଜେନ୍ର ବ୍ୟବସ୍ଥା ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବା ନେଇ ଆଲୋଚନା ହୋଇଥିଲା । ଏଥି ସହିତ ସମୟ ଅନୁସାରେ ରୀତିନୀତିର ତଥ୍ୟ ବିଭିନ୍ନ ଟିଭି, ରେଡ଼ିଓ, ମୁଦ୍ରଣ ଗଣମାଧ୍ୟମ ଓ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରସାରଣ ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଜାଗର ଉତ୍ସବକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ପୂର୍ବ ଅଭିଜ୍ଞତା ଥିବା ବରିଷ୍ଠ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯିବା ବିଷୟ ଆଲୋଚନରେ ସ୍ଥାନ ପାଇଥିଲା । ବୈଠକରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ପୁଲିସ କମିଶନର ଏସ୍ ଦେବଦତ୍ତ ସିଂହ, ଦେବୋତ୍ତର କମିଶନର ଶ୍ରୀ ଲଲାଟେନ୍ଦୁ ଜେନା, ଅତିରିକ୍ତ ପୁଲିସ କମିଶନର ନରସିଂହ ଭୋଳ, ଆଇନ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ଶିବ ପ୍ରସାଦ ମହାପାତ୍ର ଏବଂ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବଜାରରୁ ୮୪୦ ବୋତଲ କଫ୍ ସିରପ୍ ଜବତ କରାଯାଇଛି। ଡ୍ରଗ୍ସ ସ୍କ୍ବାଡ୍ ଓ ପୋଲିସ୍ର ମିଳିତ ଚଢାଉ ପରେ କଫ୍ ସିରପ୍ ଜବତ ହେବା ସହ ଜଣେ ଗିରଫ ହୋଇଥିବା ସୂଚନା। ୭ଟି ପେଟିରେ ଥିବା ୮୪୦ ବୋତଲ କଫ୍ ସିରପ୍ ଜବତ କରାଯାଇଛି।
ସମ୍ବଲପୁର: ଏନ.ଏସ.ସି.ବି କଲେଜ୍, ସମ୍ବଲପୁରରେ ‘ସମଝୋ ତୋହ୍: ସମ୍ବିଧାନ ଲାଇଭ୍! ଡାଇଲଗ୍ସ’ କାର୍ଯ୍ୟକ୍ରମର ଅଡ୍ଡା-୧ ଆଜି ସଫଳତାର ସହ ଆରମ୍ଭ ହୋଇଛି। ଷ୍ଟୋରି ଫର୍ ଚେଞ୍ଜ୍ ସଂସ୍ଥାର ଆୟୋଜନ ଏବଂ କମ୍ୟୁଟିନି – ଦ ଯୁଥ୍ କଲେକ୍ଟିଭ୍ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅଡ୍ଡାରେ ୪୦ରୁ ଅଧିକ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରି ନିଜ ମତାମତ, ଭାବନା ଏବଂ ସମ୍ବିଧାନୀୟ ମୂଲ୍ୟବୋଧ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମଟିକୁ ଷ୍ଟୋରି ଫର୍ ଚେଞ୍ଜ୍ ଫେସିଲିଟେଟର ମାସୁଦ୍ ଆଲମ୍ ସୁଚାରୁ ଭାବେ ସଂଚାଳନା କରିଥିଲେ। ଅଂଶଗ୍ରହୀମାନଙ୍କୁ ନିଜ ଦୃଷ୍ଟିକୋଣ ବ୍ୟକ୍ତ କରିବା, ପରସ୍ପର ସମ୍ମାନ ଓ ସମ୍ବିଧାନର ପ୍ରସ୍ତାବନାର ମୂଲ୍ୟ ବୁଝାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆଗାମୀ ଦିନରେ ଏପରି ଅଧିକ ଯୁବ ସଂବାଦ ମାଧ୍ୟମରେ ସମାଜିକ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟ ରହିଛି।
ଭୁବନେଶ୍ବର: ସାତକୋଶିଆ ଅଭୟାରଣ୍ୟ ପାଲଟିବ ବିଶ୍ବସ୍ତରୀୟ ଇକୋ ଟୁରିଜିମ୍ ହବ୍। ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ଭିତ୍ତିଭୂମି। ୯୯ କୋଟି ୭୫ ଲକ୍ଷର ସବିଶେଷ ପ୍ରକଳ୍ପ ରିପୋର୍ଟକୁ ଅନୁମୋଦନ ମିଳିଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବ୍ୟାଘ୍ର ଅଭୟାରଣ୍ୟର ୬ଟି ସ୍ଥାନ ଚିହ୍ନଟ କରାଯାଇଛି। ପୁରୁଣାକୋଟ, ଜଗନ୍ନାଥପୁର ଓ ଟିକରପଡ଼ାରେ ହେବ ନୂଆ ପ୍ରବେଶ ପଥ। ବାଲିପୁଟ, କୁସଙ୍ଗ ଓ ଛାମୁଣ୍ଡିଆ ଠାରେ ମଧ୍ଯ ନିର୍ମାଣ ହେବ ନୂଆ ପ୍ରବେଶ ପଥ। ଫୁଡ୍ କୋର୍ଟ, ଫ୍ଲୋଟିଂ ଜେଟି, ବନ୍ ଫାୟାର, ୱାଚ ଟାୱାର ଓ ରିଭର ଭିୟୁ ଡେକ୍ ବ୍ୟବସ୍ଥା ରହିବ।