ଇନ୍ଦିରା ଗାନ୍ଧୀ ପାର୍କ ପାଖରେ ମୃତଦେହ
ଭୁବନେଶ୍ୱର: ଭୁବନେଶ୍ବର ଇନ୍ଦିରା ଗାନ୍ଧୀ ପାର୍କ ପାଖ ଦୋକାନରେ ମୃତଦେହ ଉଦ୍ଧାର କରାଯାଇଛି। ଯୁବକ ଜଣଙ୍କ ଦୋକାନୀ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସର ପହଞ୍ଚି ମୃତଦେହ ଉଦ୍ଧାର କରିଛି।
ଭୁବନେଶ୍ୱର: ଭୁବନେଶ୍ବର ଇନ୍ଦିରା ଗାନ୍ଧୀ ପାର୍କ ପାଖ ଦୋକାନରେ ମୃତଦେହ ଉଦ୍ଧାର କରାଯାଇଛି। ଯୁବକ ଜଣଙ୍କ ଦୋକାନୀ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସର ପହଞ୍ଚି ମୃତଦେହ ଉଦ୍ଧାର କରିଛି।
ଭୁବନେଶ୍ବର: ଡାହାଣୀ ଶିକାର ବିରୋଧରେ ଐତିହାସିକ ହସ୍ତକ୍ଷେପ କରିଛନ୍ତି ଓଡ଼ିଶା ମାନବାଧିକାର କମିଶନ । ‘ଡାହାଣୀ’ ଶବ୍ଦ ବ୍ୟବହାରକୁ ଅପରାଧ ଘୋଷଣା କଲେ କମିଶନ। ଆଇନ ସଂଶୋଧନ ଓ ସଚେତନତା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ଗୃହ ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗକୁ ଦିଆଯାଇଛି ନିର୍ଦ୍ଦେଶ ।
ଭୁବନେଶ୍ୱର: ସଂସ୍କୃତି ଓ ବିକାଶ ପରସ୍ପର ବିରୋଧୀ ନୁହନ୍ତି ବରଂ ପରସ୍ପର ପରିପୂରକ ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି I ଶୁକ୍ରବାର ଦିନ ମୟୁରଭଞ୍ଜ ସାଂସ୍କୃତିକ ସଂଘ ଆନୁକୂଲ୍ୟରେ ରାଜଧାନୀ ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପଠାରେ ଆୟୋଜିତ ତିନିଦିନିଆ ମୟୁରଭଞ୍ଜ ଉତ୍ସବକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ରାଜ୍ୟପାଳ ଏହା କହିଛନ୍ତି I ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ମୟୂରଭଞ୍ଜ ଉତ୍ସବ ଭଳି ଉତ୍ସବଗୁଡ଼ିକ ଅତୀତ ଓ ଭବିଷ୍ୟତ ମଧ୍ୟରେ ଏକ ସୁଦୃଢ଼ ସେତୁ ଭାବରେ କାର୍ଯ୍ୟ କରିଥାଏ। ଏହା ସାଂସ୍କୃତିକ ମୂଳକୁ ଜୀବନ୍ତ ରଖିବା ସହିତ ସନ୍ତୁଳିତ ଓ ସମାବେଶୀ ବିକାଶକୁ ପ୍ରୋତ୍ସାହନ ଦେଇଥାଏ। ଆଜିର ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ ଯେଉଁଠାରେ ପ୍ରଯୁକ୍ତିବିଦ୍ୟା ପରମ୍ପରାଠାରୁ ଅଧିକ ଦ୍ରୁତଗତିରେ ଆଗକୁ ବଢ଼ୁଛି, ଏଭଳି ସାଂସ୍କୃତିକ ମଞ୍ଚଗୁଡ଼ିକ ଆହୁରି ଅଧିକ ଆବଶ୍ୟକ ହୋଇପଡ଼ୁଛି। ଏହା ଆମକୁ ମନେପକାଇ ଦେଇ ଥାଏ ଯେ ଆମେ କିଏ, ଆମେ କେଉଁଠାରୁ ଆସିଛୁ ଏବଂ ଆଗକୁ ବଢ଼ିବା ସମୟରେ କେଉଁ ମୂଲ୍ୟବୋଧଗୁଡ଼ିକ ଆମକୁ ପଥ ପ୍ରଦର୍ଶନ କରିବ ସେ ସମ୍ପର୍କରେ ମାନ୍ୟବର ରାଜ୍ୟପାଳ ଅବତାରଣା କରିଥିଲେ। ଏହି ଉତ୍ସବକୁ ବିବିଧତାରେ ଏକତା, ପରମ୍ପରାରେ ଶକ୍ତି ଏବଂ ଐତିହ୍ୟର ନିରନ୍ତରତାର ଉତ୍ସବ ଭାବରେ ରାଜ୍ୟପାଳ ବର୍ଣ୍ଣନା କରିଥିଲେ। ଏହି ଉତ୍ସବରେ ଯୋଗଦାନ କରି ଅତ୍ୟନ୍ତ ଆନନ୍ଦିତ ବୋଲି ରାଜ୍ୟପାଳ ପ୍ରକାଶ କରି କହିଥିଲେ ଯେ ମୟୂରଭଞ୍ଜ ଉତ୍ସବ ଓଡ଼ିଶାର ଆତ୍ମା, ଶକ୍ତି ଓ ଚେତନାକୁ ପ୍ରତିଫଳିତ କରେ। ଏହି ଉତ୍ସବ ମୟୂରଭଞ୍ଜର ଲୋକମାନଙ୍କୁ ରାଜ୍ୟର ରାଜଧାନୀରେ ଏକତ୍ରିତ କରି ସାଂସ୍କୃତିକ ବନ୍ଧନକୁ ସୁଦୃଢ଼ କରୁଛି ଏବଂ ସାମାଜିକ ଆଦାନପ୍ରଦାନକୁ ବୃଦ୍ଧି କରିବା ସହିତ ଜିଲ୍ଲାର ସମୃଦ୍ଧ ଐତିହ୍ୟର ମହକକୁ ପରିବ୍ୟାପ୍ତ କରୁଛି । ମୟୂରଭଞ୍ଜ ସାଂସ୍କୃତିକ ସଂଘର ନେତୃତ୍ୱ ଏବଂ ଜିଲ୍ଲାର ଜନପ୍ରତିନିଧିମାନଙ୍କର ପ୍ରୟାସକୁ ପ୍ରଶଂସା କରି ରାଜ୍ୟପାଳ କହିଥିଲେ ଯେ ସେମାନେ ଏହି ଉତ୍ସବକୁ ରାଜ୍ୟ ତଥା ଜାତୀୟସ୍ତରରେ ଏକ ପ୍ରମୁଖ ସାଂସ୍କୃତିକ ମଞ୍ଚ ଭାବରେ ରୂପାନ୍ତରିତ କରିଛନ୍ତି। ମୟୂରଭଞ୍ଜର ଐତିହ୍ୟକୁ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ଏହି ଜିଲ୍ଲା ଓଡ଼ିଶାର ଏକ ଅମୂଲ୍ୟ ରତ୍ନ, ଯେଉଁଠାରେ ପ୍ରକୃତି ଓ ସଂସ୍କୃତିର ସମନ୍ୱୟ ବିରାଜମାନ। ସିମିଳିପାଳ ଜୈବମଣ୍ଡଳ, ଭଞ୍ଜ ରାଜବଂଶର ଐତିହ୍ୟ ଏବଂ ଆଧୁନିକ ଓଡ଼ିଶା ଗଠନରେ ଜିଲ୍ଲାର ମହାନ ଅବଦାନକୁ ରାଜ୍ୟପାଳ ଉଲ୍ଲେଖ କରିଥିଲେ। ମୟୂରଭଞ୍ଜର ଜୀବନ୍ତ ଆଦିବାସୀ ସଂସ୍କୃତି, ବିଶେଷକରି ସାନ୍ତାଳ ଓ ହୋ ସମ୍ପ୍ରଦାୟର ସଂସ୍କୃତି, ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମୟୂରଭଞ୍ଜ ଛଉ ନୃତ୍ୟ, ସମୃଦ୍ଧ ହସ୍ତଶିଳ୍ପ, ଅନନ୍ୟ ଖାଦ୍ୟ ଏବଂ ବାରିପଦା ରଥଯାତ୍ରା ଭଳି ସମାବେଶୀ ପରମ୍ପରା ବିଷୟରେ ମଧ୍ୟ ରାଜ୍ୟପାଳ ଅବତାରଣା କରିଥିଲେ। ପୁଣି ରାଜ୍ୟପାଳ କହିଥିଲେ ଯେ ମୟୂରଭଞ୍ଜ ଜାତୀୟସ୍ତରର ନେତୃତ୍ୱ ସୃଷ୍ଟି କରିଛି I ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଜୀବନ ଯାତ୍ରା ଦେଶବ୍ୟାପୀ ଲୋକଙ୍କୁ ପ୍ରେରଣା ଯୋଗାଉଛି। ମୟୂରଭଞ୍ଜର ସଂସ୍କୃତିକୁ ଉତ୍ସବରେ ପାଳନ କରି ଓଡ଼ିଶା ତାହାର ମୂଲ୍ୟବୋଧକୁ ପ୍ରାଦେଶିକ ସୀମା ବାହାରେ ବ୍ୟାପ୍ତ କରୁଛି ଏବଂ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଉଛି ବୋଲି ରାଜ୍ୟପାଳ କହିଥିଲେ। ଏହି ସମାରୋହରେ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଗୃହ ଓ ନଗର ଉନ୍ନୟନ ଏବଂ ସାର୍ବଜନୀନ ଉଦ୍ୟୋଗ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ମୟୂରଭଞ୍ଜ ସାଂସଦ ଶ୍ରୀ ନବ ଚରଣ ମାଝୀ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ ସ୍ୱାଗତ ଭାଷଣ ଦେଇଥିବାବେଳେ ମୟୂରଭଞ୍ଜ ସାଂସ୍କୃତିକ ସଂଘର ସାଧାରଣ ସମ୍ପାଦକ ଡ଼ ରଜନୀକାନ୍ତ ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ।
ଭୁବନେଶ୍ବର: ଓଡ଼ିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସ୍ପଷ୍ଟ କରିଛି ଯେ, ପାନ ମସଲାରେ ଟବାକୋ ଓ ନିକୋଟିନ ନଥିବାରୁ ଏହା ବ୍ୟାନ୍ ର ଅଧୀନରେ ନାହିଁ। ବିଭାଗ ଦ୍ୱାରା ଜାରି ହୋଇଥିବା ଚିଠିରେ କୁହାଯାଇଛି ଯେ, ସରକାର ପୂର୍ବରୁ ଟବାକୋ ଓ ନିକୋଟିନ ଯୁକ୍ତ ପଦାର୍ଥକୁ ବ୍ୟାନ୍ କରିଛି। ସ୍ୱାସ୍ଥ୍ୟ ବିଭାଗ ସିଟି, ଜିଏସ୍ଟି ଏବଂ ଅର୍ଥ ବିଭାଗକୁ ଏହା ସମ୍ବନ୍ଧରେ ଅବଗତ କରାଇଛି। ଏହି ନିର୍ଦ୍ଦେଶ ପାଇଁ ବିଭାଗ ଦୃଢ଼ ଭାବେ କହିଛି ଯେ, ନିକୋଟିନ ବିହୀନ ପାନ ମସଲା ପ୍ରତିଷ୍ଠାନ ଓ ବିକ୍ରେତାମାନେ ନିର୍ବିଧି ଭାବେ ବିକ୍ରୟ କରିପାରିବେ।
ଭୁବନେଶ୍ୱର: ମାନସିକ ଅନଗ୍ରସର ପିଲାମାନଙ୍କ ଅଭିଭାବକ ସଂଘ ଏବଂ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହଯୋଗରେ ଅଭିଭାବକଙ୍କ ସଚେତନତା ଶିବିର ଭୁବନେଶ୍ୱର ସ୍ଥିତ ଭାରତୀୟ ବିଦ୍ୟା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବ୍ରଜ କିଶୋର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା। ମୂଖ୍ୟ ବକ୍ତା ଭାବେ ସୁଦୂର ମହାରାଷ୍ଟ୍ର (ପୁନେ)ରୁ ମହାଶୟ ଶ୍ରୀଯୁକ୍ତ ଶ୍ରୀରଙ୍ଗ ବିଜୁର ପୂର୍ବତନ ସଭାପତି ଜାତୀୟ ପରିବାର ଅଭିଭାବକ ସଂଘ (NCPO)ର ଅଧ୍ୟକ୍ଷ ଯୋଗଦେଇ ତାଙ୍କର ଅଭିଜ୍ଞତା ପ୍ରଦାନ କରିଥିଲେ। ତାଙ୍କ ଅଭିଭାଷଣର ଆଭିମୁଖ୍ୟ ଥିଲା ମାନସିକ ଅନଗ୍ରସର ପିଲାମାନଙ୍କ ରକ୍ଷଣାବେକ୍ଷଣ, ନିରାମୟ ସ୍ବାସ୍ଥ୍ୟ ସୁରକ୍ଷା, ଆଇନଗତ ଅଭିଭାବକତ୍ବ, ପୁର୍ନବାସ କେନ୍ଦ୍ର, ତଥା ପିଲାମାନଙ୍କର ପ୍ରାରମ୍ଭିକ ପର୍ଯ୍ୟାୟରେ ହସ୍ତକ୍ଷେପ। ଶ୍ରୀମାନ ବିଜୁର ବହୁମୂଲ୍ୟ ସମୟ ଦେଇ ଅଭିଭାବକମାନଙ୍କୁ ତାଙ୍କର ଅଭିଜ୍ଞତା ପ୍ରଦାନ କରିବା ସହିତ ପରାମର୍ଶ ଦେଇଥିଲେ। ଏହି କର୍ମଶାଳାର ମୂଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ (ଏକାମ୍ର ଭୁବନେଶ୍ୱର) ତାଙ୍କର ବହୁମୂଲ୍ୟ ସମୟ ପ୍ରଦାନ କରି ଅନଗ୍ରସର ପିଲାମାନଙ୍କ ରକ୍ଷଣାବେକ୍ଷଣ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ସହଯୋଗ ଦେବାକୁ ସ୍ଵିକୃତି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥିଭାବେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ଦୀପକ ରାଉତରାୟ ମଧ୍ୟ ଆତିଥ୍ୟ ସ୍ୱୀକାର କରି ସରକାର ତରଫରୁ ସହଯୋଗ ଦେବାକୁ ସହମତି ପ୍ରଦାନ କରିଥିଲେ। ଏହି ଅନୁଷ୍ଠାନର ସଭାପତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବ୍ରଜ କିଶୋର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଓ ସାଧାରଣ ସମ୍ପାଦିକା ଶ୍ରୀମତୀ ସୁଭାଗିନୀ ସାହୁଙ୍କ ସହଯୋଗରେ ଏହି କର୍ମଶାଳାଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା । କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ଅଶୋକ ଜେନା ଓ ଉପସଭାପତି ସତ୍ୟନାରାୟଣ ପରିଡ଼ା ଅଂଶଗ୍ରହଣ କରିଥିଲେ।ଉପସଭାପତି ଏମ୍ ଶ୍ରୀଯୁକ୍ତ ପଞ୍ଚାନନ ପାତ୍ର ପରିଚୟପତ୍ର ପ୍ରଦାନ କରିବା ସହ ଭାରତୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।
ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ସମ୍ମିଳନୀ ‘ଆଇଆଇସିଡ଼ିଇଏମ-୨୦୨୬’ରେ ଓଡ଼ିଶାର କଳା ଓ ସଂସ୍କୃତିର ଜୟଯାତ୍ରା ଦେଖିବାକୁ ମିଳିଛି। ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ ଏହି ଆନ୍ତର୍ଜାତୀୟ ସମ୍ମିଳନୀରେ ଓଡ଼ିଶାର ବିଶ୍ୱପ୍ରସିଦ୍ଧ ‘ପଟ୍ଟଚିତ୍ର’କୁ ଏକ ସ୍ୱତନ୍ତ୍ର ସାଂସ୍କୃତିକ ଉପହାର ଭାବେ ପ୍ରଦର୍ଶିତ କରାଯାଇଛି। ଜାନୁଆରୀ ୨୧ରୁ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ସମ୍ମିଳନୀରେ ବିଶ୍ୱର ପ୍ରାୟ ୭୦ରୁ ଅଧିକ ଦେଶର ପ୍ରତିନିଧି ଦଳ ଯୋଗ ଦେଇଥିଲେ। ଏହି ଅବସରରେ ଆନ୍ତର୍ଜାତୀୟ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଅଧୀନରେ ୪୦ରୁ ଅଧିକ ଦେଶର ମୁଖ୍ୟ ପ୍ରତିନିଧିମାନଙ୍କୁ ଭାରତର ସମୃଦ୍ଧ ଐତିହ୍ୟର ପ୍ରତୀକ ସ୍ୱରୂପ ଓଡ଼ିଶାର ପଟ୍ଟଚିତ୍ର ପ୍ରଦାନ କରାଯାଇଥିଲା। ଏହି କଳାକୃତିରେ ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ‘ରାସଲୀଳା’ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ବିଭିନ୍ନ ବେଶ ଅତି ସୁନ୍ଦର ଭାବେ ଚିତ୍ରିତ ହୋଇଛି। ସୂଚନାଯୋଗ୍ୟ ଯେ, ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ୨୦୨୫ ଡିସେମ୍ବରରେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ପୁରୀ ଜିଲ୍ଲା ରଘୁରାଜପୁରର ଶିଳ୍ପୀମାନଙ୍କ ନିଖୁଣ କାରୁକାର୍ଯ୍ୟ ଦେଖି ଅଭିଭୂତ ହୋଇଥିଲେ। ଶ୍ରୀମନ୍ଦିର ଓ କୋଣାର୍କ ପରିଦର୍ଶନ ସାରି ଫେରିବା ବାଟରେ ସେ ରଘୁରାଜପୁରର କାରିଗରମାନଙ୍କ ଅସାଧାରଣ ପ୍ରତିଭା ଦେଖି ଏହାକୁ ବିଶ୍ୱସ୍ତରୀୟ ସମ୍ମିଳନୀରେ ସ୍ଥାନ ଦେବାକୁ ନିଷ୍ପତ୍ତି ନେଇଥିଲେ। ଦଶମ ଶତାବ୍ଦୀରୁ ଚାଲିଆସୁଥିବା ଏହି ପ୍ରାଚୀନ ସ୍କ୍ରୋଲ୍-ପେଣ୍ଟିଂ ପରମ୍ପରା ଆଜି ବି ଓଡ଼ିଶାରେ ଜୀବନ୍ତ ରହିଛି। ପ୍ରାକୃତିକ ରଙ୍ଗ ଓ କପଡ଼ା ବ୍ୟବହାର କରି ପ୍ରସ୍ତୁତ ଏହି କଳାକୃତି ବର୍ତ୍ତମାନ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିବାରେ ଲାଗିଛି। ଆଇଆଇସିଡ଼ିଇଏମ-୨୦୨୬ରେ ଏହାର ପ୍ରଦର୍ଶନ ଓଡ଼ିଶାର ସାଂସ୍କୃତିକ ଗୌରବକୁ ଆହୁରି ଦ୍ୱିଗୁଣିତ କରିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏହି ସମ୍ମିଳନୀରେ ଓଡ଼ିଶାରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଳନ, ଅତିରିକୁ ସିଇଓ ସୁଶାନ୍ତ କୁମାର ମିଶ୍ର,ଡେପୁଟି ସିଇଓ ଡ଼. ଲକ୍ଷ୍ମୀପ୍ରସାଦ ସାହୁ, ଡେପୁଟି ସିଇଓ ଶ୍ରୀମତୀ ଅନାମିକା ସିଂ ଏବଂ ବିତ୍ତ ପରାମର୍ଶଦାତା ଶ୍ରୀ ସଞ୍ଜୟ କୁମାର ଲୁଗୁନ ପ୍ରମୁଖ ଉପସ୍ଥିତ ଥିଲେ।
ଆନନ୍ଦପୁର: କେନ୍ଦୁଝର ଜିଲ୍ଲାରେ ୪ଟି ମନ୍ଦିରରୁ ଲୁଟ୍ ହୋଇଥିବା ଜଣାପଡ଼ିଛି। ଘଷିପୁରା ଥାନା ବେଲବାହାଳି ଗାଁ ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଛି। ପାର୍ଶ୍ୱରେ ଥିବା ବିମଳା, ଲକ୍ଷ୍ମୀ ଓ ରାମ ମନ୍ଦିରରୁ ମଧ୍ୟ ଚୋରି ହୋଇଥିବା ସୂଚନା। ସୁନା ରୁପା ଅଳଙ୍କାର ସହ ଦାନବାକ୍ସ ଲୁଟି ନେଲେ ଦୁର୍ବୃତ୍ତ।