ମନ୍ଦିରରୁ ୨ଟି ହୁଣ୍ଡି ସହ ସୁନା ଅଳଙ୍କାର ଲୁଟ୍
କୋଣାର୍କ: ପୁରୀ ଜିଲ୍ଲା ଗୋପ ଥାନା ଷୋଳପୁର ଅଡ଼ଙ୍ଗେଇ ମନ୍ଦିରରୁ ଲୁଟ୍ ହୋଇଛି। ମନ୍ଦିରର ତାଲା ଭାଙ୍ଗି ୨ଟି ହୁଣ୍ଡି ସହ ସୁନା ଅଳଙ୍କାର ଲୁଟ୍ ହୋଇଥିବା ସୂଚନା। ୨ଟି ହୁଣ୍ଡିରେ ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଥିବା ଜଣାପଡ଼ିଛି।
କୋଣାର୍କ: ପୁରୀ ଜିଲ୍ଲା ଗୋପ ଥାନା ଷୋଳପୁର ଅଡ଼ଙ୍ଗେଇ ମନ୍ଦିରରୁ ଲୁଟ୍ ହୋଇଛି। ମନ୍ଦିରର ତାଲା ଭାଙ୍ଗି ୨ଟି ହୁଣ୍ଡି ସହ ସୁନା ଅଳଙ୍କାର ଲୁଟ୍ ହୋଇଥିବା ସୂଚନା। ୨ଟି ହୁଣ୍ଡିରେ ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଥିବା ଜଣାପଡ଼ିଛି।
ଉମରକୋଟ: ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଉମରକୋଟ ସଂଗ୍ରାମ ମଞ୍ଚ ପକ୍ଷରୁ ମେଡିକାଲ କଲେଜ ପ୍ରତିଷ୍ଠା, ଭୂ-ବନ୍ଦୋବସ୍ତ, ମକା ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ଉମରକୋଟ, ରାଇଘର, ଝରିଗାଁ ଓ ଚନ୍ଦାହାଣ୍ଡିରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଦୋକାନ, ବଜାର ମଧ୍ୟ ବନ୍ଦ ରହିଛି।
ଭୁବନେଶ୍ବର: ସଂସଦ ଭବନ ଓ ଦିଲ୍ଲୀର ୯ଟି ସ୍କୁଲକୁ ଆସିଛି ବୋମା ଧମକ। ସ୍କୁଲକୁ ଆସିଥିବା ଇ-ମେଲ୍ ରେ "ଦିଲ୍ଲୀ ଖାଲିସ୍ଥାନ ହୋଗା"। ଫେବ୍ରୁୟାରୀ ୧୩ ତାରିଖ ଦିନ ୧:୧୧ ରେ ବିସ୍ପୋରଣ ନେଇ ଇ-ମେଲ୍ ରେ ଉଲ୍ଲେଖ ରହିଛି। ଖବର ପାଇ ଅଗ୍ନିଶମ ବାହିନୀ, ପୋଲିସ୍ ଓ ବମ୍ବ ସ୍କ୍ୱାଡ୍ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି।
କଟକ: ରାମେଶ୍ବର-ଟାଙ୍ଗୀ ରିଙ୍ଗ ରୋଡ଼ ପ୍ରକଳ୍ପକୁ ଜଙ୍ଗଲ ବିଭାଗର ମଞ୍ଜୁରୀ ମିଳିଛି। ଗୋବିନ୍ଦପୁର-ଟାଙ୍ଗୀ ଷ୍ଟ୍ରେଚ ପ୍ରକଳ୍ପକୁ ମଧ୍ୟ ଜଙ୍ଗଲ ବିଭାଗର ମଞ୍ଜୁରୀ ମିଳିଥିବା ସୂଚନା। ରିଙ୍ଗ ରୋଡ ପ୍ରକଳ୍ପ ପାଇଁ ୯୪ ପ୍ରତିଶତ ଜମି ଅଧିଗ୍ରହଣ ଶେଷ ହୋଇଛି।
ଭୁବନେଶ୍ବର: ଚଳିତବର୍ଷ ୫ ଲକ୍ଷ ୬୧ ହଜାର ୯୭୯ ପରୀକ୍ଷାର୍ଥୀ ଦେବେ ପରୀକ୍ଷା । ଓଡ଼ିଶାରେ ୩ ହଜାର ୮୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ। ସିସିଟିଭି ନଜରରେ ରହିବ ସମସ୍ତ ୩୨୨ଟି ନୋଡାଲ ସେଣ୍ଟର। ଆସନ୍ତା ୧୦ ତାରିଖ ଦିନ ପ୍ରଥମେ ୪ଟି ଜିଲ୍ଲାକୁ ଯିବ ପ୍ରଶ୍ନପତ୍ର । ପରୀକ୍ଷା ପୂର୍ବରୁ ସମସ୍ତ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବ। ପ୍ରଶ୍ନପତ୍ରର ପ୍ରତି ପେଜରେ ଓ୍ବାଟର ମାର୍କ କ୍ୟୁଆର କୋଡ୍ ରହିବ।
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଥାନା ମାଟକଝରଣ ଗାଁରେ ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ ଯବାନ। କ୍ୟାମ୍ପ ଭିତରେ ନିଜକୁ ଗୁଳି କଲେ ସିଆର୍ପିଏଫ୍ ଯବାନ। ମୃତକ ସୁବାସ ପ୍ରସାଦ, ହାବିଲଦାର ରାଙ୍କ୍ର; ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି।
ଭୁବନେଶ୍ବର: ବିଶ୍ୱରେ ଶ୍ରୀଜଗନ୍ନାଥ ମନ୍ଦିର ଆଉ ଶ୍ରୀକ୍ଷେତ୍ର ଧାମ କେବଳ ଗୋଟିଏ, ଏହାର ବିକଳ୍ପ କିଛି ନାହିଁ । ଭାରତ ବର୍ଷ ରେ ଚାରି ଧାମ ଭିତରେ ପୁରୀ ର ଜଗନ୍ନାଥ ଧାମ ଏକ ପ୍ରମୁଖ ଓ ପ୍ରସିଦ୍ଧ ତୀର୍ଥ କ୍ଷେତ୍ର। କୁହାଯାଏ ଏଠି ମହାପ୍ରଭୁ ଙ୍କୁ ଦର୍ଶନ କଲେ ମୁକ୍ତି ଵା ମୋକ୍ଷ ମିଳିଥାଏ। ଭାରତ ବର୍ଷ ର ଅନ୍ୟ ତୀର୍ଥ ଧାମ ଗୁଡିକରେ ଆମିଷ ଓ ମଦ ବ୍ୟାନ କରାଯାଇଛି। ପୁରୀ କୁ ପ୍ରଭୁ ଙ୍କ ମର୍ତଵ୍ୟବୈକୁଣ୍ଠ ମଧ୍ୟ କୁହାଯାଉଛି। ପ୍ରଭୁ ଙ୍କୁ ବହୁ ସାଧୁ ଓ ସନ୍ଥ ଆସି ଦର୍ଶନ କରି ଆନନ୍ଦ ପାଇଁ ପାଇଥାନ୍ତି, ଯଦିଓ ଅନ୍ୟ ଧାମ ଗୁଡିକରେ ଆମିଷ ଇ ମଦ ବ୍ୟାନ କରାଯାଇଅଛି। ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଙ୍କୁ ଅନୁରୋଧ କରିଵା, ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ମର୍ଯ୍ୟାଦା କୁ ଆଗରେ ରଖି ମନ୍ଦିର ପ୍ରଶାସନ ଙ୍କୁ ଶ୍ରୀମନ୍ଦିର ନିକଟରେ କିପରି ମଦ ଓ ଆମିଷ ବିକ୍ରି କରାଯାଇ ପାରିବ ନାହିଁ, ଦରକାର ପଡିଲେ ଏକ ସ୍ୱତନ୍ତ୍ର ଆଇନ ଅଣାଯାଇ ବନ୍ଦ କରାଯିବାକୁ ଚେଷ୍ଟା କରିବାକୁ ଆମର ଅନୁରୋଧ ବୋଲି ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ପ୍ରକାଶ କରାଯାଇଛି। ଏହା ଦ୍ୱାରା ଦେଶ ବିଦେଶ ରେ ରାଜ୍ୟ, ମହାପ୍ରଭୁ ଓ ମନ୍ଦିର ର ସମ୍ମାନ ଉଚ୍ଚରେ ରହିବ,ଏହା ଉପରେ ପଦକ୍ଷେପ ନେବା ନିମନ୍ତେ ଆମେ ବିନମ୍ରତା ର ସହ ଅନୁରୋଧ କରୁଅଛୁ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ଼ ନାରାୟଣ ମହାପାତ୍ର ।