• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
27
Fri, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଚିଲିକା ଉନ୍ନୟନ ପ୍ରାଧିକରଣର କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ

Details
Odia Ray Admin
ଓଡିଶା
24 December 2025

ଭୁବନେଶ୍ୱର: ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଚିଲିକା ଉନ୍ନୟନ ପ୍ରାଧିକରଣର କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଏବଂ ସମସ୍ତ ପ୍ରକ୍ରିୟା ଏବଂ ନିର୍ଦ୍ଦେଶାବଳୀ ଅନୁସରଣ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଚିଲିକା ବିକାଶ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଥିଲେ। ଚିଲିକା ଉନ୍ନୟନ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଏମ୍. ଯୋଗଜୟାନନ୍ଦ ଲୁଣାପାଣି ସ୍ତରର ରକ୍ଷଣାବେକ୍ଷଣ, ତଦାରଖ, ନିର୍ବାପନ କାର୍ଯ୍ୟ, ମତ୍ସ୍ୟ ସମ୍ପଦ ବିକାଶ ଏବଂ ସାମାଜିକ ଆର୍ଥିକ ବିକାଶ କାର୍ଯ୍ୟ ବିଷୟରେ ବର୍ଣ୍ଣନା କରିଥିଲେ। ଏହି ବୈଠକରେ ଚିଲିକା ଏବଂ ଅଂଶୁପା ହ୍ରଦର ସମନ୍ୱିତ ପରିଚାଳନା ଯୋଜନା ଉପରେ କାର୍ଯ୍ୟ ଯୋଜନା, ସିଡିଏ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ଆର୍ଥିକ କ୍ଷମତା, ବିଭିନ୍ନ କାର୍ଯ୍ୟ, କ୍ରୟ, ଗବେଷଣା କାର୍ଯ୍ୟକଳାପ, ପ୍ରତିଷ୍ଠା ବିଷୟ ଏବଂ ଆଗାମୀ ଆର୍ଥିକ ବର୍ଷର ବଜେଟ୍ ଆକଳନ ପରି ଚିଲିକା ବିକାଶ ପ୍ରାଧିକରଣ ସହିତ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ଜଳ ବିନିମୟ, ଢାଞ୍ଚା ଏବଂ ଇକୋ-ସିଷ୍ଟମର ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ପାଇଁ ଆଇଆଇଟି, ମାଡ୍ରାସ, ଚେନ୍ନାଇ ଦ୍ୱାରା ଡିପିଆର ପ୍ରସ୍ତୁତ କରିବା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଶ୍ରୀ ପ୍ରେମ କୁମାର ଝା, IFS, PCCF(WL) ଏବଂ CWLW, ଓଡ଼ିଶା, ପରିବେଶ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ, FE&CC ବିଭାଗ, ବିଶେଷଜ୍ଞ ସଦସ୍ୟ, ଡକ୍ଟର ଅଜିତ ପଟ୍ଟନାୟକ, IFS (ଅବସରପ୍ରାପ୍ତ), ଆର୍ଥିକ ପରାମର୍ଶଦାତା, FE&CC ବିଭାଗ, EIC, ଜଳସମ୍ପଦ ଏବଂ ମତ୍ସ୍ୟ ବିଭାଗର ପ୍ରତିନିଧି ମାନେ ଏହି ବୈଠକରେ ଉପସ୍ଥିତ ଥିଲେ।

powered by social2s

କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ଚାଷୀଙ୍କ ଦ୍ୱାରା ୧୦୦୦ କେଜି ସତେଜ ପନିପରିବା ଦୁବାଇକୁ ରପ୍ତାନି

Details
Odia Ray Admin
ଓଡିଶା
24 December 2025

ଭୁବନେଶ୍ୱର, ଓଡ଼ିଶା: ଓଡ଼ିଶାର କୃଷି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରି କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାର ଚାଷୀମାନେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁବାଇକୁ ୧,୦୦୦ କେଜି ସତେଜ ପନିପରିବା ରପ୍ତାନି କରିଛନ୍ତି। ରପ୍ତାନି କରାଯାଇଥିବା ପନିପରିବା ମଧ୍ୟରେ ପ୍ରଥମ ଥର ପାଇଁ ସାମିଲ କରାଯାଇଛି ରସୁଣ ଏବଂ ବିନ୍ସକୁ । ଏହା ବ୍ୟତୀତ କୃଷକ ଉତ୍ପାଦକ ସଂଗଠନ (FPO)ର ଚାଷୀଙ୍କ ନିକଟରୁ ସଂଗୃହିତ ଛୋଟ ଆଳୁ, କୁନ୍ଦୁରି, ପୋଟଳ ଏବଂ ଅମୃତଭଣ୍ଡା ମଧ୍ୟ ଏହି ରପ୍ତାନି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନସ୍ଥ ଉଦ୍ୟାନ କୃଷି ନିର୍ଦେଶାଳୟର ଦୃଢ଼ ନେତୃତ୍ୱ, ଗେଟ୍ସ ଫାଉଣ୍ଡେସନର ସହାୟତା ଏବଂ ପାଲାଡିୟମ ଦ୍ୱାରା କାର୍ଯ୍ୟକାରୀ ହେଉଥିବା PSFPO 2.0 ପ୍ରକଳ୍ପର ମିଳିତ ସମନ୍ୱୟ ସହ APEDAର ସହଯୋଗରେ ଏହି ରପ୍ତାନି ସମ୍ଭବପର ହୋଇଛି । ଏହି ସୁସଂଗଠିତ ପ୍ରୟାସ ମାଧ୍ୟମରେ କୃଷି-ବ୍ୟବସାୟ ଷ୍ଟାର୍ଟଅପ୍ 'ଭିଲା ମାର୍ଟ ପ୍ରାଇଭେଟ୍ ଲିମିଟେଡ୍' (Villa Mart Pvt. Ltd.) ମାଧ୍ୟମରେ କୃଷକ ଉତ୍ପାଦକ ସଂଗଠନ ଗୁଡ଼ିକୁ ଅନ୍ତର୍ଜାତୀୟ ବଜାର ସହ ଯୋଡ଼ିବା ପାଇଁ ସକ୍ଷମ କରାଯାଇଛି। ଏହି ସଫଳତାର ଏକ ପ୍ରମୁଖ କାରଣ ହେଉଛି ପାଲାଡିୟମ୍ ପକ୍ଷରୁ 'ଭିଲା ମାର୍ଟ'କୁ ଯୋଗାଇ ଦିଆଯାଇଥିବା ବୈଷୟିକ ସହାୟତା। ଏଥିରେ ଚାଷୀଙ୍କଠାରୁ ସାମଗ୍ରୀ ସଂଗ୍ରହ କରିବା ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ବାଣିଜ୍ୟ ପାଇଁ ଆବଶ୍ୟକୀୟ ଲାଇସେନ୍ସ, ପ୍ରମାଣପତ୍ର ଏବଂ ନିୟାମକ ଅନୁପାଳନ ସମ୍ବନ୍ଧୀୟ ମାର୍ଗଦର୍ଶନ ଅନ୍ତର୍ଭୁକ୍ତ। ପାଲାଡିୟମ୍ ସମସ୍ତ କାଗଜପତ୍ର ପ୍ରସ୍ତୁତିଠାରୁ ଆରମ୍ଭ କରି ପ୍ରମାଣପତ୍ର ହାସଲ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ସହଜ କରିଛି, ଯାହା ଦର୍ଶାଉଛି ଯେ ସଠିକ୍ ସହଯୋଗ ମିଳିଲେ କିପରି ଷ୍ଟାର୍ଟଅପ୍ ଗୁଡ଼ିକ ଓଡ଼ିଶାର କୃଷିଜାତ ଦ୍ରବ୍ୟକୁ ବିଶ୍ୱ ବଜାରରେ ପହଞ୍ଚାଇ ପାରିବେ। ଏହି ପଦକ୍ଷେପ ଚାଷୀଙ୍କ ଜୀବିକାକୁ ସୁଦୃଢ଼ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବା ସହ ବିଶ୍ୱସ୍ତରୀୟ ରପ୍ତାନିକୁ ପ୍ରୋତ୍ସାହନ ଦେଇ ବେସରକାରୀ ସଂସ୍ଥାଗୁଡ଼ିକ ସହ ସୁସଂଗଠିତ ଭାବେ କାର୍ଯ୍ୟ କରି ଆମେ ଚାଷୀଙ୍କ ପାଇଁ ସ୍ଥାୟୀ ଆୟର ସୁଯୋଗ ସୃଷ୍ଟି କରୁଛୁ। ଏହା ଓଡ଼ିଶାକୁ ଆନ୍ତର୍ଜାତୀୟ କୃଷି ବଜାରରେ ନିଜର ପରିଚୟ ସୃଷ୍ଟି କରିବାରେ ସହାୟକ ହେବ ବୋଲି ପାଲାଡିୟମ କନସଲଟିଂ ଇଣ୍ଡିଆ ପ୍ରା. ଲି.ର ଏଗ୍ରି ବିଜନେସ ଏକ୍ସପର୍ଟ ଶ୍ରୀ ସୌମ୍ୟ ରଞ୍ଜନ ସାହୁ କହିଛନ୍ତି | ଭିଲା ମାର୍ଟର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ରମେଶ ଚନ୍ଦ୍ର ବିଶ୍ୱାଳ କହିଛନ୍ତି ଯେ ଏପର୍ଯ୍ୟନ୍ତ ଭିଲା ମାର୍ଟ କେବଳ ସ୍ଥାନୀୟ ବଜାର ଉପରେ ଧ୍ୟାନ ଦେଉଥିଲା, କିନ୍ତୁ ଦୁବାଇକୁ ଏହି ପରୀକ୍ଷାମୂଳକ ରପ୍ତାନି ତାଙ୍କ ପାଇଁ ବିଶ୍ୱ ବଜାରର ଦ୍ୱାର ଉନ୍ମୁକ୍ତ କରିଛି । ଅନ୍ତର୍ଜାତୀୟ ମାନଦଣ୍ଡ ପୂରଣ କରିବାରେ ପାଲାଡିୟମର ସହାୟତା ସହ WTC ଏବଂ APEDA ର ମାର୍ଗଦର୍ଶନ ପାଇଁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ପଦକ୍ଷେପ ଏଭଳି ସମୟରେ ନିଆଯାଇଛି ଯେତେବେଳେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନୂତନ 'କୃଷି ରପ୍ତାନି ନୀତି' ପ୍ରସ୍ତୁତ କରୁଛି । ଏହାର ଲକ୍ଷ୍ୟ ହେଉଛି ବିଶ୍ୱ ବଜାର ସହ ଓଡ଼ିଶାର ସଂଯୋଗକୁ ସୁଦୃଢ଼ କରିବା ଏବଂ "ବିକଶିତ ଓଡ଼ିଶା' ର ପରିକଳ୍ପନା ଅନୁଯାୟୀ ଚାଷୀଙ୍କ ଆୟ ବୃଦ୍ଧି କରିବା। ସହକାରୀ ଉଦ୍ୟାନ କୃଷି ନିର୍ଦେଶକ ଶ୍ରୀ କୁଞ୍ଜ ବିହାରୀ ମିଶ୍ର, ଭିଲା ମାର୍ଟର ସିଇଓ ଡ. ରମେଶ ଚନ୍ଦ୍ର ବିଶ୍ୱାଳ ଏବଂ ପାଲାଡିୟମ୍ ଇଣ୍ଡିଆର ସୌମ୍ୟ ରଞ୍ଜନ ସାହୁ ଏହି ସାମଗ୍ରୀ ପଠାଯିବା ସମୟରେ ଉପସ୍ଥିତ ରହି ଚାଷୀଙ୍କୁ ଉତ୍ସାହିତ କରିଥିଲେ।

powered by social2s

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ

Details
Odia Ray Admin
ଓଡିଶା
24 December 2025

ଭୁବନେଶ୍ବର: ବରିଷ୍ଠ ଆଇ ଏ ଏସ୍ ଅଧିକାରୀ ଅନୁ ଗର୍ଗ ହେଲେ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବେ ଅନୁ। ୧୯୯୧ ବ୍ୟାଚ୍‌ର ଆଇ ଏ ଏସ୍ ଅଫିସର ଅନୁ ଗର୍ଗ। ଆସନ୍ତା ୩୧ରେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରିବ।

powered by social2s

ଗାଡ଼ି କାଗଜପତ୍ର ପାଇଁ ମାସେ ବଢ଼ିଲା ଅବଧି

Details
Odia Ray Admin
ଓଡିଶା
24 December 2025

ଭୁବନେଶ୍ବର: ଗାଡ଼ିର ବୈଧ କାଗଜପତ୍ର କରାଇବା ଅବଧି ମାସେ ବଢ଼ିଲା । ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ଦେଇଛନ୍ତି ସୂଚନା। ମନ୍ତ୍ରୀ କହିଲେ ଯେ, ଏହି ଅବଧି ମଧ୍ୟରେ RC, ଫିଟନେସ୍‌, PUCC, ବୀମା ଆଦି କରାଇ ନିଅନ୍ତୁ। ବର୍ଦ୍ଧିତ ସମୟ ମଧ୍ୟରେ PUCC କରାଇନେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜାନୁଆରୀ ୧ ପରିବର୍ତ୍ତେ ଫେବ୍ରୁଆରୀ ପହିଲାରୁ ଯାଞ୍ଚ କଡ଼ାକଡ଼ି କରାଯିବ। ଫେବ୍ରୁଆରୀ ୧ ପୂର୍ବରୁ PUCC ପାଇଁ ପେଟ୍ରୋଲ ମନା କରାଯାଇ ପାରିବନି।

powered by social2s

ତୃଣମୂଳସ୍ତରରେ ବିକାଶର କେନ୍ଦ୍ରବିନ୍ଦୁ ହେଉଛି ଅଙ୍ଗନବାଡ଼ି : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

Details
Odia Ray Admin
ଓଡିଶା
24 December 2025

ଭୁବନେଶ୍ଵର: ତୃଣମୂଳସ୍ତରର ବିକାଶର କେନ୍ଦ୍ରବିନ୍ଦୁ ହେଉଛି ଅଙ୍ଗନବାଡି । ଅଙ୍ଗନବାଡି ଭିତ୍ତିଭୂମି ବିକାଶ ଉପରେ ଫୋକସ ଦେଇ ଗ୍ରାମୀଣ ବିକାଶକୁ ସୁଦୃଢ କରିବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି । ଆଜି ମହିଳା ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ କରକମଳରେ ପଞ୍ଚାୟତରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଉପସ୍ଥିତିରେ ରାଜ୍ୟର ୪୯୧ଟି ନବନିର୍ମିତ ଅଙ୍ଗନବାଡି କେନ୍ଦ୍ର ଉଦଘାଟନ ହୋଇଯାଇଛି । ଅଙ୍ଗନବାଡିକୁ ସଶକ୍ତ କରି ସେଥିରେ ସ୍ବଚ୍ଛତା, ଶୌଚାଳୟ, ପାନୀୟ ଜଳ ସୁବିଧା, ବିଦ୍ୟୁତ ସେବା,ପୁଷ୍ଟି ବଗିଚା ଆଦିକୁ ବିଶେଷ ଗୁରୁତ୍ଵ ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମତବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଅଙ୍ଗନବାଡି କେନ୍ଦ୍ରକୁ ବିକଶିତ ଗାଁ ବିକଶିତ ଓଡ଼ିଶାର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ବୋଲି ମତ ପ୍ରକାଶ କରିଛନ୍ତି । ମହିଳାମାନଙ୍କ ସ୍ୱାସ୍ଥ୍ୟ ଓ ଶିଶୁମାନଙ୍କ ପ୍ରାକ୍ ପ୍ରାଥମିକ ଶିକ୍ଷା ଓ ସ୍ଵାସ୍ଥ୍ୟ ବିକାଶ ଅଙ୍ଗନବାଡିର ଭିତ୍ତିଭୂମି ଉପରେ ନିର୍ଭର କରୁଛି ବୋଲି ସେ ଦୃଢ ମତ ରଖିଛନ୍ତି । ଏହି ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଆୟୁକ୍ତ ତଥା ଶାସନ ସଚିବ ଶ୍ରୀ ଗିରିଶ ଏସ. ଏନ, ମହିଳା ଓ ଶିଶୁ ବିକାଶ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶିକ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଓ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ। ଏହା ସହ ଆଭାଷୀ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଅଙ୍ଗନବାଡି କର୍ମୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୧୧ଟି, ବାଲେଶ୍ବର ଜିଲ୍ଲାରେ ୬୩ଟି, ବରଗଡ଼ରେ ୩୬ଟି, ଭଦ୍ରକରେ ୨୮ଟି, କଟକରେ ୨୪ଟି, ଗଜପତିରେ ୧୦ଟି, ଜଗତସିଂହପୁରରେ ୩୪, ଯାଜପୁରରେ ୨୦ଟି, , କେନ୍ଦ୍ରାପଡ଼ାରେ ୧୯ଟି, ଖୋର୍ଦ୍ଧାରେ ୨୩ଟି , ପୁରୀରେ ୨୪,ନୟାଗଡ ୧୪ଟି, କୋରାପୁଟ ୧୮ ଟି , କେନ୍ଦ୍ରାପଡ଼ା ୧୯ଟି , କନ୍ଧମାଳରେ ୧୬ଟି,ଗଜପତିରେ 10ଟି, ସୁନ୍ଦରଗଡରେ ୪ଟି, ସୁବର୍ଣ୍ଣପୁରରେ ୧୧ଟି, ସମ୍ବଲପୁରରେ ୯ଟି, ରାୟଗଡାରେ ଏକଟି, ନୂଆପଡ଼ାରେ ୨ଟି, ନବରଙ୍ଗପୁର ୩ଟି, ମାଲକାନଗିରିରେ ୧ଟି , କେଉଁଝରରେ ୫ଟି, ଢେଙ୍କାନାଳରେ ୨ଟି, ବଲାଙ୍ଗୀରି ୭ଟି, ଅନୁଗୁଳରେ ୬ ଟି ଅଙ୍ଗନବାଡିକୁ ଉଦଘାଟନ କରାଯାଇଛି । ଏଯାବତ ଦୁଇଟି ପର୍ଯ୍ୟାୟରେ ୧୪୦୪ ଅଙ୍ଗନବାଡିକୁ ସଶକ୍ତ କରାଯାଇଛି । ସେପ୍ଟେମ୍ବର ମାସରେ ପ୍ରଥମ ପର୍ଯ୍ୟାୟରେ ୯୧୩ଟି ଅଙ୍ଗନବାଡି ଓ ଆଜି ଦ୍ଵିତୀୟ ପର୍ଯ୍ୟାୟରେ ୪୯୧ ଅଙ୍ଗନବାଡି ଉଦଘାଟନ କରାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

powered by social2s

ଏନ ଆଇ ଇ ଏମ୍- ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ୍ ମ୍ୟାନେଜମେଣ୍ଟେ ବାର୍ଷିକ ଉତ୍ସବ ୨୦୨୫ ଅନୁଷ୍ଠିତ

Details
Odia Ray Admin
ଓଡିଶା
24 December 2025

ଭୁବନେଶ୍ବର: ଏନ ଆଇ ଇ ଏମ୍- ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ୍ ମ୍ୟାନେଜମେଣ୍ଟ ହେଉଛି ଏସିଆର ପ୍ରଥମ ଏବଂ ବିଶ୍ୱ ର ପଞ୍ଚମ ଶ୍ରେଷ୍ଠ ଇଭେଣ୍ଟ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ୍ ଯାହାକି ଅନ୍ୟ ପନ୍ଦର ଟି ରାଜ୍ୟ ସହିତ ଇଭେଣ୍ଟ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ (ସ୍ୱୟଂ ଶାସିତ) ପାଠ୍ୟକ୍ରମରେ ଲିମକା ବୁକ୍ ଅଫ୍ ରେକର୍ଡରେ ତାଲିକାଭୁକ୍ତ | ଓଡିଶା ରେ ଏହା ହେଉଛି ଏକ ମାତ୍ର ଇଭେଣ୍ଟ ଇନଷ୍ଟିଚ୍ୟୁଟ୍ | ଛାତ୍ର ଛାତ୍ରୀ ମାନଙ୍କୁ ବହି ଏବଂ ଷ୍ଟଡି ମ୍ୟାଟେରିଏଲସ ଯୋଗାଇ ଦେବା ସାଙ୍ଗରେ, ସର୍ବ ଶ୍ରେଷ୍ଠ ଇଭେଣ୍ଟ ଏବଂ କାର୍ଯ୍ୟ କ୍ରମ ରେ ସୁଯୋଗ ଦିଆଯାଇ ଥାଏ | ଇଭେଣ୍ଟ ମ୍ୟାନେଜମେଣ୍ଟ ଭାରତରେ ବହୁତ ବଡ ସ୍କେଲରେ କରାଯାଇଥାଏ | ପ୍ରତିବର୍ଷ ସଫଳ ଇଭେଣ୍ଟ ମ୍ୟାନେଜର ଭାବରେ ୭୦ ରୁ ୧୨୦ ଛାତ୍ର ଛାତ୍ରୀ ପାସ କରିଥାନ୍ତି। ଏହା ଚାକିରୀ କ୍ଷେତ୍ର ରେ ୧୦୦ ପ୍ରତିଶତ ସହଯୋଗ କରିଆସିଛି। ପୂର୍ବରେ ଇଭେଣ୍ଟ ପରିଚାଳନା ପାଇଁ ଏନ ଆଇ ଇ ଏମ୍ ଭୁବନେଶ୍ୱର ଏକ ଅଗ୍ରଣୀ ଅନୁଷ୍ଠାନ | ଫୁଲ୍ ଏୟାର କଣ୍ଡିସନ୍ ଏବଂ ଡିଜିଟାଲ୍ ସଜ୍ଜିତ ଶ୍ରେଣୀଗୃହ ସହିତ ଭୁବନେଶ୍ୱରର ସବୁଠାରୁ ପ୍ରାଇମ ଲୋକେସନରେ କେନ୍ଦ୍ରୀୟ ଭାବରେ ଅବସ୍ଥିତ, ୨୦୧୫ ମସିହାରୁ ଓଡିଶାରେ ଇଭେଣ୍ଟ ଏବଂ ମନୋରଞ୍ଜନ ଶିଳ୍ପ ସହିତ ଭଲ ରେପୋ ସହିତ ଆଗେଇ ଚାଲିଛି। ଛାତ୍ର ଛାତ୍ରୀ ମାନେ ପାଇଥିବା ଚାକିରୀ ଭିତରେ କମ୍ପାନୀ ଗୁଡିକ ହେଉଛି ଜ଼ୀ ସାର୍ଥକ ଷ୍ଟାର ଭାରତ, ସୁନାମ ଧନ୍ୟ ଇଭେଣ୍ଟ କମ୍ପାନୀ ମାନେ ମଧ୍ୟ ଅଛନ୍ତି। ଏହା ସହିତ ବାହାର ରାଜ୍ୟ ରେ ମଧ୍ୟ ଚାକିରୀ କ୍ଷେତ୍ର ରେ ଆଗକୁ ରହି ଛନ୍ତି। ଯେମିତି କି ରାଞ୍ଚି କୋଲକାତା ମୁମ୍ବାଇ ହାଇଦ୍ରାବାଦ ଇତ୍ୟାଦି। ଉଚ୍ଚ ଦରମା ସାଙ୍ଗକୁ ଆନନ୍ଦିତ ଜୀବନ କୁ ଛାତ୍ର ଛାତ୍ରୀ ମାନେ ଲାଭ ପାଇଛନ୍ତି। ଅନୁଷ୍ଠାନର ବାର୍ଷିକ ଉତ୍ସବ ୨୦୨୫ ଓରସି ଅଡିଟୋରିଉମ, ଜୟଦେବ ବିହାର, ଭୁବନେଶ୍ବର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଇନଷ୍ଟିଚ୍ୟୁଟ୍ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଗୀତ ନାଚ ଏବଂ ଡ୍ରାମା ସହିତ ଅନେକ ମନଲୋଭା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି। ମୁଖ୍ୟ ଅତିଥି ଭାରତ ର ସୁନାମ ଧନ୍ୟ ଓଡ଼ିଆ କଳାକାର ଶ୍ରୀଯୁକ୍ତ ସବ୍ୟସାଚୀ ମିଶ୍ର । ଏହା ସହିତ ଇଭେଣ୍ଟ ଏବଂ ମନୋରଞ୍ଜନ ଇଣ୍ଡଷ୍ଟ୍ରି ର ଅନେକ ଆଗ ଶ୍ରେଣୀ ର ଇଭେଣ୍ଟ ମ୍ୟାନେଜେର ମାନେ ମଧ୍ୟ ଯୋଗ ଦେଇଥିଲେ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଧନା କରିଥିଲେ। ଅତିଥି ମାନଙ୍କ ସହିତ ମଞ୍ଚସ୍ଥ ରହିଥିଲେ ଶ୍ରୀ ରଂଜିତ ସାହୁ, ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ, ତଥା ସୁଜିତ ସାହୁ ନିର୍ଦେଶକ, ଆର ଏନ ଆର ସେଲେବରସନସ ପ୍ରାଇଭେଟ ଲିମିଟେଡ଼ ଏବଂ ଏନ ଆଇ ଇ ଏମ୍- ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ୍ ମ୍ୟାନେଜମେଣ୍ଟ ଭୁବନେଶ୍ୱର ଶ୍ରୀ ହିମାଂଶୁ ସରପଟିଆ ନିର୍ଦ୍ଦେଶକ ଏବଂ ଶ୍ରୀ ଅଶୋକ ସାହୁ , ଏକାଡେମିକ୍ମ ମୁଖ୍ୟ । ଏନ ଆଇ ଇ ଏମ୍ ଦୀର୍ଘ ୧୦ ବର୍ଷ ଧରି ନିଜର ଛାତ୍ର ଛାତ୍ରୀ ମାନଙ୍କୁ ସମ୍ପୂର୍ଣ ଆତ୍ମନିର୍ଭରଶିଳ, ଯୋଗ୍ୟ ଏବଂ ରୋଜଗାର କ୍ଷମତା ଦେଇପାରିଛି।

powered by social2s

ଆଖି ବୁଜିଲା କୁନି ହାତୀ 'ଶମ୍ଭୁ'

Details
Odia Ray Admin
ଓଡିଶା
24 December 2025

ଭୁବନେଶ୍ୱର: ଭୁବନେଶ୍ବର ଚନ୍ଦକା ଜଙ୍ଗଲରେ ଆଖିବୁଜିଲା କୁନି ହାତୀ ଶାବକ 'ଶମ୍ଭୁ'। ବାମ ଗୋଡ଼ରେ ସମସ୍ୟା ଯୋଗୁଁ ଚିକିତ୍ସିତ ହେଉଥିଲା 'ଶମ୍ଭୁ'। କୁମକି ପ୍ରଶିକ୍ଷଣ ପାଇଁ ଚନ୍ଦକା କୁମାରଖୁଣ୍ଟି ଅଣାଯାଇଥିଲା।

powered by social2s

More Articles ...

  1. ଘନ କୁହୁଡ଼ି ପାଇଁ ସିରିଜ ଦୁର୍ଘଟଣା
  2. ଶ୍ରୀ ଡି. ଶିବକୁମାରଙ୍କ ଦ୍ୱାରା ଉପସ୍ଥାପିତ ‘ଦି ସିଇଓ ମାଇଣ୍ଡସେଟ୍:ଡେଭେଲପିଂ ଲିଡର୍ସିପ୍ ହ୍ୟାବିଟ୍ସ୍ ଆଣ୍ଡ୍ ମେଣ୍ଟାଲ୍ ମଡେଲ୍ସ୍ ଫର୍ ସକ୍ସେସ୍'
  3. ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ; ଏସ୍‌ସିବିରେ ହେବ ୧୭ ମହଲା ପାର୍କିଂ, ରାଜ୍ୟର ୭ଟି ମେଡିକାଲ କଲେଜ କ୍ୟାମ୍ପସରେ ଆଟେଣ୍ଡାଣ୍ଟଙ୍କ ପାଇଁ ହେବ ବିଶ୍ରାମ ଗୃହ
Page 277 of 2255
  • Start
  • Prev
  • 272
  • 273
  • 274
  • 275
  • 276
  • 277
  • 278
  • 279
  • 280
  • 281
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.