ଘାଟିରେ ଓଲଟିଲା ଅଟୋ, ୧୩ ଆହତ
ମୋହନା: ଗଜପତି ସୀମାନ୍ତ ଝଗଡ଼ାପଲ୍ଲୀ ନିକଟ ଘାଟିରେ ଅଟୋ ଓଲଟି ୧୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ଭିତରୁ ୪ ଗୁରୁତରଙ୍କୁ ବ୍ରହ୍ମପୁର ଏମ୍କେସିଜି ସ୍ଥାନାନ୍ତର କରାଯାଇଛି। ତୁରିବୁଡ଼ି ପଞ୍ଚାୟତ କୁମ୍ଭିଖାଲକୁ ଭୋଜିରେ ଯୋଗ ଦେବାକୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା।
ମୋହନା: ଗଜପତି ସୀମାନ୍ତ ଝଗଡ଼ାପଲ୍ଲୀ ନିକଟ ଘାଟିରେ ଅଟୋ ଓଲଟି ୧୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ଭିତରୁ ୪ ଗୁରୁତରଙ୍କୁ ବ୍ରହ୍ମପୁର ଏମ୍କେସିଜି ସ୍ଥାନାନ୍ତର କରାଯାଇଛି। ତୁରିବୁଡ଼ି ପଞ୍ଚାୟତ କୁମ୍ଭିଖାଲକୁ ଭୋଜିରେ ଯୋଗ ଦେବାକୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା।
କଟକ: ଅବଦୁର ରେହମାନର ଜାମିନ ଆବେଦନ ଖାରଜ କଲେ ଓଡ଼ିଶା ହାଇକୋର୍ଟ। ଆତଙ୍କୀ କର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଖାରଜ କଲେ କୋର୍ଟ। କଟକ ସାଲେପୁର ପଶ୍ଚିମକଛରୁ ଗିରଫ ହୋଇଥିଲା ଅବଦୁର ରେହେମାନ। ୨୦୧୫ ଡିସେମ୍ବରରୁ ଗିରଫ ହୋଇ ଜେଲରେ ଅଛି ଅବଦୁର। ଅଲକାଏଦା ଲିଙ୍କ୍ରେ ଅବଦୁରକୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ।
ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ରେ ନିୟୋଜିତ ଥିବା ପ୍ରିଜାଇଡିଂ ଅଫିସର୍ ସସ୍ପେଣ୍ଡ ହୋଇଥିବା ସୂଚନା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ଏସ୍ ଗୋପାଳନ କହିଛନ୍ତି ଯେ କୁଳିଆବନ୍ଧ ୩୬ ନଂ ବୁଥ୍ର ଧନଞ୍ଜୟ ମଲ୍ଲିକ ସସ୍ପେଣ୍ଡ ହୋଇଛନ୍ତି। ସସ୍ପେଣ୍ଡ ପରେ ବିଭାଗ ଦ୍ବାରା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ। ଭୋଟ୍ର ଗୋପନୀୟତା ଉଲ୍ଲଙ୍ଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଶାନ୍ତିଶୃଙ୍ଖଳାର ସହ ଭୋଟିଂ ଚାଲିଛି।
ଭୁବନେଶ୍ୱର: ଦିଲ୍ଲୀରେ ଆଜି ସନ୍ଧ୍ୟାରେ ଘଟିଥିବା ବିସ୍ଫୋରଣ ଏବଂ ସାଧାରଣ ଲୋକଙ୍କ ଜୀବନହାନି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଘଟଣାର କଡ଼ା ନିନ୍ଦା କରିବା ସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଭଳି ଅମାନବୀୟ ଘଟଣାକୁ ଭାରତ କେବେ ବରଦାସ୍ତ କରିନାହିଁ, କି କରିବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ନିଶ୍ଚିତ ଭାବେ ଏ ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀମାନଙ୍କୁ ଦଣ୍ଡବିଧାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ପୋଲିସ ମହାନିର୍ଦ୍ଦେଶକଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରି ଓଡ଼ିଶାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି, ଓଡ଼ିଶାରେ ବାଲିଯାତ୍ରା ପରି ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ, ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହା ସହିତ ରାଜ୍ୟର ପ୍ରମୁଖ ସହର ଏବଂ ବିଭିନ୍ନ ସମ୍ୱେଦନଶୀଳ ସ୍ଥାନ ମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଜଟଣୀ: (ଶୁଭେନ୍ଦ୍ର ଶତପଥୀ)ମା"ଉତ୍ତରାୟଣୀ ପୀଠରୁ ଆରମ୍ଭ ହୋଇଥିବା ଅଗ୍ରଣୀ ସ୍ୱେଚ୍ଛାସେଵୀ ସଂସ୍କାର ସଂଗଠନ "ମୋ ପରିବାର" ସବୁବେଳେ ନିଆରା କାର୍ଯ୍ୟ କରି ଚାଲିଛି ସେଥି ପାଇଁ ସବୁବେଳେ ପ୍ରଶଂସିତ ହେବା ସହିତ ସମ୍ବର୍ଦ୍ଧିତ ହେଉଛି l ଭାରତବର୍ଷର ସମସ୍ତ ଯୁବ ପୀଢ଼ିମାନଙ୍କୁ ସନାତନ ସଂସ୍କୃତି,ରାଷ୍ଟ୍ର ଭକ୍ତି ଏବଂ ଏକତା ଆଗ୍ରହ ପ୍ରକାଶ କରିବା ପାଇଁ ଦୀର୍ଘ ୫ବର୍ଷ ହେବ ପ୍ରଚାର ପ୍ରସାର କରିବା ସହିତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରି ସମାଜର ହିତରେ ଜନମାସରେ ଅନୁଷ୍ଠାନ ଗଡି ସାମାଜିକ କର୍ମରେ ଆନୁଷ୍ଠାନିକ ଭାବେ କାର୍ଯ୍ୟରତ ଅନୁଷ୍ଠାନ ମାନଙ୍କୁ ଅନୁପ୍ରାଣିତ କରିବା ନିମନ୍ତେ ସମ୍ମାନ-୨୦୨୫ ସମ୍ମାନିତ କରାଯାଇଥିବା ମଧ୍ୟରୁ"ମୋ ପରିବାର"କୁ ପ୍ରଥମେ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା l ସୋମବାର ପୁରୀ ପୌରସଦନ କକ୍ଷରେ ବ୍ରହ୍ମ ରାଷ୍ଟ୍ର ଏକମ୍ ବିଶ୍ଵ ମହାସଂଘ ନ୍ୟାସ କାଶୀର ସନାତନୀ ସଂସ୍ଥାର ଷଷ୍ଠ ବାର୍ଷିକ ରାଷ୍ଟ୍ରୀୟ ସନାତନ ଅଧିବେଶନ ଉଦଘାଟନୀ ଉତ୍ସବରେ ସଂସ୍ଥାର ଅଧ୍ଯକ୍ଷ ଶ୍ରୀ ଶ୍ରୀ ୧୦୦୮ ଡ.ସଚ୍ଚିନ୍ଦ୍ରନାଥ ଜୀ ମହାରାଜଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ଡା.ସମ୍ବିତ ପାତ୍ର ଯୋଗ ଦେଇଥିବାବେଳେ କାଶୀର ବହୁ ସାଧୁ ସନ୍ଥମାନେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ରେ"ମୋ ପରିବାର"ର ପ୍ରତିଷ୍ଠାତା ତଥା ଜଟଣୀ ପ୍ରେସ କ୍ଲବର ସଂଗଠକ ସଂଯୋଜକ ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀଙ୍କ ନୀତି, ନୀୟମ ଏବଂ ସଂସ୍କାର ବିଷୟରେ ଶୁଣିବା ପରେ ଗୁରୁଜୀ ଶ୍ରୀ ଶ୍ରୀ ୧୦୦୮ ଡ.ସଚ୍ଚିନ୍ଦ୍ରନାଥ ଜୀ ମହାରାଜ ପ୍ରତିଷ୍ଠାତା ଶ୍ରୀ ଶତପଥୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ସଦସ୍ୟା ଭାରତୀ ସିଂ, କ୍ରୀଷ୍ଣା ମିଶ୍ର,ଜ୍ୟୋତ୍ସ୍ନା ମଙ୍ଗରାଜ, ସ୍ୱପ୍ନା ରାଣୀ ମଙ୍ଗରାଜ,ମମତା ଗୁରୁ ଏବଂ ସଦସ୍ୟ ଆଶିଷ ମିଶ୍ର ଯୋଗ ଦେଇଥିଲେ l
ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ। ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ମତଦାତା। ସୁନାବେଡ଼ା ଅଞ୍ଚଳରେ ୮ଟି ମତଦାନ କେନ୍ଦ୍ର ରହିଛି। ୩୫୮ଟି ବୁଥ୍ ପାଇଁ ୩୬୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି। ଅତି ସମ୍ବେଦନଶୀଳ ବୁଥ୍ରେ ଅପରାହ୍ନ ୪ଟା ଯାଏ ହେବ ମତଭେଦ। ସମ୍ବେଦନଶୀଳ ବୁଥ୍ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଇଭିଏମ୍ ରେ ତ୍ରୁଟି ଯୋଗୁଁ ଖରିଆର ମଙ୍ଗରାପାଲିର ୭୬ ନମ୍ବର ବୁଥ୍ରେ ମତଦାନରେ ବିଳମ୍ବ ହୋଇଛି। ମୋକ୍ ପଲ ପରେ ଇଭିଏମ୍ ଅଚଳ ହୋଇଥିବା ସୂଚନା।
ଭୁବନେଶ୍ବର: ଦିଲ୍ଲୀରେ ଭୟଙ୍କର ବିସ୍ଫୋରଣ ପରେ ଓଡ଼ିଶାରେ ହାଇ ଆଲର୍ଟ ଜାରି କରାଯାଇଛି। ଲାଲକିଲ୍ଲା ନିକଟରେ ଥିବା ମେଟ୍ରୋ ଷ୍ଟେସନ ଗେଟ୍ ନମ୍ବର ୧ ନିକଟରେ ବିସ୍ଫୋରଣ ପରେ ୧୦ ଜଣ ପ୍ରାଣ ହରାଇଥିବା ବେଳେ ୨୪ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଇ ୨୦ ହୁଣ୍ଡାଇ ଗାଡ଼ିରେ ବିସ୍ପୋରଣ ଘଟିଥିଲା। ଏହା ନିକଟରେ ଥିବା ଅନ୍ୟ କେତେକ ଗାଡ଼ି ମଧ୍ଯ କ୍ଷତିଗ୍ରସ୍ତ ହୋଇଛି। ତେବେ ଯାନ୍ତ୍ରିକ ତୃଟି ଯୋଗୁଁ ନା କାର ରେ କିଛି ବିଷ୍ପୋରକ ଥିଲା ଏ ନେଇ ଚାଲିଛି ତଦନ୍ତ। ଏହି ବିସ୍ପୋରଣ ପରେ ପୁରୀରେ ହାଇ ଆଲର୍ଟ ଜାରି କରାଯାଇଛି। କୌଣସି ସନ୍ଦିଗ୍ଧ ଗତିବିଧି ଦେଖିଲେ ୧୧୨ ରେ ଖବର ଜଣାଇବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ପୁରୀ ଏସ୍ପି ପ୍ରତୀକ ସିଂହ। ଶ୍ରୀମନ୍ଦିର ଚାରିପାଖ, ବେଳାଭୂମି ଓ ବଡ଼ଦାଣ୍ଡରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁରୀ ପ୍ରବେଶ ପଥ ଉପରେ କଡ଼ା ନଜର ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ଏସ୍ପି। ପିପିଲି ଟୋଲ ଗେଟ୍ ପାଖରେ ଗାଡ଼ି ଚେକିଂ ମଧ୍ଯ କରାଯାଉଛି। ଭୁବନେଶ୍ବର ବିମାନବନ୍ଦରରେ ମଧ୍ଯ ସୁରକ୍ଷା କଡ଼ାକଡ଼ି କରାଯାଇଛି।